ବଲିଉଡ୍ କେବେ ଶେଷ ହେବ ନାହିଁ : ରୋହିତ ଶେଟ୍ଟୀ
ମୁମ୍ବାଇ (ସଂକେତ୍ ଟିଭି) :ରୋହିତ ଶେଟ୍ଟୀ ଓ ରଣବୀର ସିଂହ ପୁଣି ଥରେ ଏକାଠି ହୋଇଛନ୍ତି । ଏଥର ସେମାନେ କୌଣସି ଫିଲ୍ମ ପାଇଁ ଏକାଠି ହୋଇନାହାନ୍ତି , ସେମାନେ ଏକ ନୁଡଲ୍ସ କମ୍ପାନୀ ପାଇଁ ୫ ମିନିଟ୍ର ବିଜ୍ଞାପନ ପ୍ରସ୍ତୁତ କରିଛନ୍ତି । ଏହାର ଲଞ୍ଚିଂ ଅବସରରେ ରୋହିତ ଓ ରଣବୀର ମିଡ଼ିଆ ସାମ୍ନାକୁ ଆସିଥିଲେ । ସେଠାରେ ସେ ସାମ୍ୱାଦିକଙ୍କର ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ ।
ସିନେମା ଦୁନିଆରେ ଏହି ସମୟରେ ବଲିଉଡ ଓ ସାଉଥ୍ର ଫିଲ୍ମ ସବୁଠୁ ଅଧିକ ଚର୍ଚ୍ଚାରେ । ଏହି ସମୟରେ ଯେବେ ରୋହିତଙ୍କୁ ଏହି ବିଷୟରେ ପଚରାଗଲା ସେ ଏହାର ଜବାବ ଦେଇଥିଲେ । ସେ କହିଥିଲେ, ବଲିଉଡ୍ ଶେଷ ହେବା କଥା ପୂର୍ବରୁ ହିଁ କୁହାଯାଉଛି । ହେଲେ ଏହା କେବେ ଶେଷ ହେବ ନାହିଁ । ରୋହିତ କହିଛନ୍ତି , ଏମିତି ନୁହେଁ କି ସାଉଥ୍ ହଠାତ୍ ଆସି ଯାଇଛି । ପୂର୍ବରୁ ଏହା ରହିଛି । ଜେନେରେସନ ଯେବେ ଚେଞ୍ଜ ହୋଇଥାଏ ତ ମିଡ଼ିଆ ବି ବଦଳିଥାଏ । ଏହି କାରଣରୁ ମଧ୍ୟ ଏହି ପ୍ରଶ୍ନ ଆସିଥାଏ ।
ରୋହିତ କହିଛନ୍ତି, ୫୦ ଓ ୬୦ ଦଶକରେ ମଧ୍ୟ ସାଉଥ୍ ରହିଛି । ଏଲଭି ପ୍ରସାଦ, ଜେମିନ, ଏବିଏମ୍ ସେତେବେଳଠାରୁ ଚଲାଇ ଆସୁଛନ୍ତି । ଏମିତି ନୁହେଁ କି ସାଉଥ୍ ନୂଆ ବୋଲି । ୮୦ରେ ଯେବେ ଅମିତାଭ ବଚ୍ଚନ ଓ ବିନୋଦ ଖାନ୍ନାଙ୍କର ଫିଲ୍ମ ଚାଲୁଥିବା, ସେତେବେଳେ କମଲ ହାସଲ ଆସିଲେ ଏବଂ ଏକ ଦୁଜେ କେଲିଏ ହିଟ୍ ହେଲା ।
ରୋହିତ ଆହୁରି କହିଛନ୍ତି ୮୦ ଓ ୯୦ ଦଶକର ସୁରଷ୍ଟାର ଜୟାପ୍ରଦା ଓ ଶ୍ରୀଦେବୀ ରହିଛନ୍ତି । ପୂରା ଗୋଟିଏ ସମୟର ଜିତେନ୍ଦ୍ରଙ୍କର ଚାଲିଲା । ଯେବେ ସେ ହିମତୱାଲା ଓ ମୱାଲି କରିଥିଲେ । ଏସବୁ ସାଉଥ୍ ଫିଲ୍ମ ଥିଲା । ଆମର ପ୍ରମୁଖ ସଙ୍ଗୀତକାର ଏ.ଆର.ରେହମାନ ସାଉଥ୍ର ଅଟନ୍ତି । ୮୦ ଦଶକରେ ଯେବେ ରୋଜା ପରେ ପୁରା ଟ୍ରେଣ୍ଡ ବଦଳିଗଲା, ଏହାକୁ ମଣିରତ୍ନମ ତିଆରି କରିଥିଲେ । ପୁଣି ଏକ ଆକ୍ସନ ଫିଲ୍ମ ଆସିଲା, ଯାହାକୁ ରାମ ଗୋପାଳ ବର୍ମା କରିଥିଲେ, ଏଥିରେ ନାଗାର୍ଜୁନ ଥିଲେ । ଏଣୁ ଏହା ନୂଆ ନୁହେଁ ।