କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ (ସଂକେତ୍ ଟିଭି) : କଂଗ୍ରେସ ଅନ୍ତରୀଣା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କୋଭିଡରେ ଆକ୍ରାନ୍ତ ଥିବା ସୋନିଆଙ୍କର ସ୍ବାସ୍ଥ୍ୟଗତ ଜଟିଳତା ପ୍ରକାଶ ପାଇଛି । ତାଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପଟାଲରେ ଭର୍ତ୍ତି କରାଯାଇଛି । ଏନେଇ କଂଗ୍ରେସ ଜାତୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେଓ୍ବାଲା ସୂଚନା ଦେଇଛନ୍ତି ।

ସୋନିଆଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେ ଏବେ ହସ୍ପିଟାଲରେ ଡାକ୍ତରୀ ଟିମର ନିରୀକ୍ଷଣରେ ରହିବା ନେଇ ସୂର୍ଯ୍ୟେଓ୍ବାଲା ସୂଚନା ଦେଇଛନ୍ତି । ଗତ ଦଶ ଦିନପୂର୍ବରୁ ସୋନିଆ କୋଭିଡରେ ଆକ୍ରାନ୍ତ ହୋଇଥିବା ଟେଷ୍ଟରୁ ଜଣାପଡିଥିଲା । ସେ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିଲେ । ଆଜି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।