ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ହସ୍ପିଟାଲରେ ଭର୍ତ୍ତି

ଚଣ୍ଡିଗଡ (ସଂକେତ୍ ଟିଭି) : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣୀ ଅକାଳୀ ଦଳ ମୁଖ୍ୟ ପ୍ରକାଶ ସିଂ ବାଦଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଶନିବାର ରାତିରେ ପ୍ରକାଶଙ୍କ ଠାରେ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଇଥିଲା । ଆଜି ତାଙ୍କୁ ମୋହାଲିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି, ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କ ନିରୀକ୍ଷଣ ଜାରି ରଖିଛନ୍ତି ।

ପଞ୍ଜାବର ୫ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିବା ୯୪ ବର୍ଷୀୟ ବାଦଲ ଜୁନ ୬ ତାରିଖରେ ଚଣ୍ଡିଗଡର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କ ଠାରେ ଗ୍ୟାସ ସମ୍ପର୍କିତ ସମସ୍ୟା ଥିଲା । ଗୋଟିଏ ଦିନ ହସ୍ପିଟାଲରେ ରହିବା ପରେ ୭ ତାରିଖରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ଗତ କିଛି ଦିନ ହେବ ସେ ଘରେ ଚିକିତ୍ସିତ ହେଉଥିବାବେଳେ ଗତକାଲି ରାତିରେ ତାଙ୍କ ଠାରେ ପୁଣି ସମସ୍ୟା ଦେଖିବାକୁ ମିଳିଥିଲା । ତାଙ୍କୁ ମୋହାଲିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଥିବା ଦଳ ପକ୍ଷରୁ ସୂଚନା ମିଳିଛି ।