୧୫ ଜୁଲାଇରେ ମୁକ୍ତିଲାଭ କରିବ ଫିଲ୍ମ ‘ଲଡ଼କୀ’
ମୁମ୍ବାଇ (ସଂକେତ୍ ଟିଭି) :ପ୍ରସିଦ୍ଧ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ଚଳିତ ବର୍ଷର ସବୁଠୁ ବଡ଼ ଫିଲ୍ମ ‘ଲଡ଼କୀ’ ୧୫ ଜୁଲାଇରେ ମୁକ୍ତିଲାଭ କରିବାକୁ ଏକଦମ ପ୍ରସ୍ତୁତ । ନିକଟରେ ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଛି । ରାମ ଗୋପାଳଙ୍କ ଅନୁଯାୟୀ, ଏହା ଭାରତର ପ୍ରଥମ ମାର୍ଶଲ ଆର୍ଟ ଫିଲ୍ମ । ସେ ଏହି ଫିଲ୍ମର ଟାଇଟଲକୁ ବ୍ରୁସ୍ ଲିଙ୍କ ସୁପରହିଟ୍ ଫିଲ୍ମ ‘ଏଣ୍ଟର ଦ ଡ୍ରାଗନ୍’ ସହ ଯୋଡ଼ିବା ପାଇଁ ପ୍ରୟାସ କରିଛନ୍ତି ।
ଫିଲ୍ମର ଲିଡ୍ ରୋଲ୍ରେ ପୂଜା ଭାଲେକର ନଜର ଆସିବେ । ପୂଜା ପେଶାରେ ଅଭିନେତ୍ରୀ ହେବା ସହ ଟାଏକୋଣ୍ଡ୍ ଏକ୍ସପର୍ଟ । ତାଙ୍କ ସୋସିଆଲ ମିଡିଆରେ ନଜର ପକାଇଲେ ଜଣାପଡ଼ୁଛି ଯେ ରିଲ୍ ସହ ରିୟଲ୍ ଲାଇଫ୍ରେ ମଧ୍ୟ ଅଭିନେତ୍ରୀ ପୂଜା ବେଶ୍ ଗ୍ଲାମରସ୍ । ତାଙ୍କ ଇନଷ୍ଟା ୱାଲ୍ କେବଳ ସୁନ୍ଦର ସୁନ୍ଦର ଗ୍ଲାମର ଫଟୋରେ ଭରପୂର ତାରକା ଅଶ୍ୱ ରହିଛି, ଯାହା ଭାଇରାଲ ମଧ୍ୟ ହୋଇଛି ।
ଫିଲ୍ମର ଟ୍ରେଲର ପରେ ହିଁ ପୂଜା ଭାଲେକର ସମସ୍ତ ମିଡିଆରେ ଶିରୋନାମା ପାଲଟିଛନ୍ତି । ଏହି ଫିଲ୍ମ ‘ଲଡ଼କୀ: ଏଣ୍ଟର ଦ ଗର୍ଲ ଡ୍ରାଗନ୍’ରେ ପୂଜା ଭାଲେକରଙ୍କୁ ଦର୍ଶକ ଏକ ଭିନ୍ନ ଅନ୍ଦାଜ ହିଁ ଦେଖିବାକୁ ପାଇବେ । ଯେପରି ଭାବେ ପୂଜା ବାସ୍ତବ ଜୀବନରେ ଟାଏକୋଣ୍ଡ୍ରେ ପ୍ରଶିକ୍ଷଣ ନେଇଛନ୍ତି, ସେହିପରି ଫିଲ୍ମରେ ମାର୍ଶଲ୍ ଆର୍ଟ୍ସ କରୁଥିବା ନଜର ଆସିବେ ।
ସୂଚନା ଅନୁଯାୟୀ ଅଭିନେତ୍ରୀ ପୂଜା ଏକରୁ ବଳି ଏକ ଆକ୍ସନ ସିନ୍ ଦେଇଛନ୍ତି, ଯାହାକୁ ଦର୍ଶକମାନେ ଖୁବ ପସନ୍ଦ କରିବେ ବୋଲି ନିର୍ଦ୍ଦେଶକ ଆଶା ରଖିଛନ୍ତି । ପୁଣେର ଏକ ହିନ୍ଦୁ ପରିବାରରେ ଜନ୍ମିତା ପୂଜା ଏହି ଫିଲ୍ମରେ ବଡି ଡବଲ୍ ବିନା ସବୁ ଷ୍ଟଣ୍ଟ ନିଜେ କରିଛନ୍ତି । ସେପଟେ ରାମ ଗୋପାଳ ବର୍ମା ଫିଲ୍ମର ନିଆରା ପ୍ରମୋଶନ ପାଇଁ ଏକ ଖାସ୍ ଅଭିଯାନ ଚଲାଇଛନ୍ତି ।
ଦ ସ୍ପେଶାଲ ଶୋ ଅଫ୍ ଲଡ଼କୀ ନାମରେ ୮ ମିନିଟ୍ର ଏକ ଟ୍ରେଲର୍ ୟୁଟୁ୍ୟବରେ ରିଲିଜ୍ କରିଛନ୍ତି । ତେବେ ହିନ୍ଦୀ ସିନେମା ଇତିହାସରେ ଏତେ ବଡ଼ ଟ୍ରେଲର କେବେ ରିଲିଜ୍ ହୋଇନଥିଲା । ତେଣୁ ଏହା ଫିଲ୍ମଟି ଏକ ରେକର୍ଡ କରିଛି । ଅନ୍ୟପକ୍ଷରେ ଇଣ୍ଡୋ- ଚାଇନିଜ୍ ପ୍ରଡକ୍ସନରେ ନିର୍ମିତ ଫିଲ୍ମଟି କେବଳ ଭାରତରେ ନୁହେଁ ଚୀନ ସମେତ ୨୫ ହଜାରରୁ ଅଧିକ ସ୍କ୍ରିନ୍ରେ ମଧ୍ୟ ମୁକ୍ତିଲାଭ କରିବ । ଏହାଦ୍ୱାରା ରାମ ଗୋପାଳ ବର୍ମା ବ୍ରୁସ୍ ଲିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ।