ଅଭିନେତା ଶକ୍ତି କପୁରଙ୍କ ପୁଅ ସିଦ୍ଧାର୍ଥ କପୁର ଗିରଫ
ନୂଆଦିଲ୍ଲୀ (ସଂକେତ୍ ଟିଭି) : ବେଙ୍ଗାଲୁରୁରେ ଆୟୋଜିତ ପାର୍ଟିରେ ଡ୍ରଗ୍ ସେବନ କରିଥିବା ଅଭିଯୋଗରେ ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାର୍ଥ କପୁରଙ୍କୁ ପୁଲିସ ଗିରଫ କରିଛି। ପ୍ରଥମେ ତାଙ୍କୁ ଅଟକ ରଖାଯାଇଥିଲା।
ଡି. ଜେ. ପାର୍ଟି ଆୟୋଜନ କରାଯାଇଥିବା ଏମ୍ଜି ରୋଡ୍ସ୍ଥିତ ପାର୍କ ହୋଟେଲ୍ ପବ୍ରେ ରବିବାର ରାତିରେ ବେଙ୍ଗାଲୁରୁ ପୁଲିସ ଚଢ଼ାଉ କରିଥିଲା। ସେଠାରେ ସମବେତ ୩୫ଜଣ ଅତିଥିଙ୍କ ନମୁନା ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ୬ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ଅର୍ଥାତ୍ ସେମାନେ ଡ୍ରଗ୍ ସେବନ କରିଥିଲେ। ସେମାନଙ୍କ ମଧ୍ୟରୁ ସିଦ୍ଧାର୍ଥ ଅନ୍ୟତମ ବୋଲି ପୁଲିସ ଅଧିକାରୀମାନେ କହିଛନ୍ତି। ବାକି ୫ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।