୩୦ ବର୍ଷର ରେକର୍ଡ ଭାଙ୍ଗିଲା ମହଙ୍ଗା ଦର

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଖୁଚୁରା ମୁଦ୍ରାସ୍ପିତି ସୂଚକାଙ୍କ (ଡବ୍ଲୁପିଆଇ) ଚଳିତ ମେ ମାସରେ ଗତ ୩୦ ବର୍ଷର ରେକର୍ଡ ଭାଙ୍ଗିଛି । ୨୦୨୨ରେ ୫୧.୧ ପ୍ରତିଶତ ଥିବା ଖୁଚୁରା ମୁଦ୍ରାସ୍ପିତି ସୂଚକାଙ୍କ ମାସେ ପରେ ୧୫.୯ ପ୍ରତିଶତରେ ପହଞ୍ଚିଛି।

ମଙ୍ଗଳବାର କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରାଳୟ ଜାରି ହୋଇଥିବା ସରକାରୀ ତଥ୍ୟ ଅନୁଯାୟୀ, ମେ ମାସର ଖୁଚୁରା ମୁଦ୍ରାସ୍ପିତି ସୂଚକାଙ୍କ ସର୍ବାଧିକ ୧୫.୮୮ ପ୍ରତିଶତକୁ ବୃଦ୍ଧି ପାଇଛି। ବେସ ଇୟର ବା ମୂଳବର୍ଷ ୨୦୧୧-୧୨ ମସିହା ଦେଖିଲେ ତାହା ୯ ବର୍ଷରେ ସର୍ବାଧିକ ଅଛି। ସେହିପରି ୧୯୯୧ ସେପ୍ଟେମ୍ବର ତୁଳନାରେ ମଧ୍ୟ ୨୦୨୨ ମେ ମାସର ଖୁଚୁରା ମୁଦ୍ରାସ୍ପିତି ସୂଚକାଙ୍କ ରେକର୍ଡ ସ୍ତରରେ ପହଞ୍ଚିଛି। ଏପ୍ରିଲରେ ୭.୭୯ ପ୍ରତିଶତ ମହଙ୍ଗା ଥିବା ଖୁଚୁରା ମୁଦ୍ରାସ୍ଫୀତି ମେ ମାସରେ ୭.୦୪ ପ୍ରତିଶତକୁ ଖସି ଆସିଛି। ୨୦୨୧ ମେ ମାସରେ ଖୁଚୁରା ମୁଦ୍ରାସ୍ପିତି ସୂଚକାଙ୍କ ୧୩.୧୧ ପ୍ରତିଶତ ଥିଲା।

ଖୁଚୁରା ମୁଦ୍ରାସ୍ପିତି ସୂଚକାଙ୍କ ମୁଦ୍ରାସ୍ଫୀତି କ୍ରମାଗତ ୧୪ ମାସ ହେଲା ଦୁଇ ଅଙ୍କରେ ରହିଆସିଛି। ୨୦୧୩ରେ ନୂତନ ସିରିଜ୍ ଆରମ୍ଭ ହେବା ପରଠାରୁ ଅତି କମରେ ନଅ ବର୍ଷ ମଧ୍ୟରେ ଏହି ସଂଖ୍ୟା ସର୍ବାଧିକ ଅଟେ। ଖୁଚୁରା ମୁଦ୍ରାସ୍ପିତି ସୂଚକାଙ୍କ ହୋଲସେଲ କ୍ରେତା ଦୃଷ୍ଟିକୋଣରୁ ଦ୍ରବ୍ୟର ମୁଦ୍ରାସ୍ଫୀତି ସୂଚାଇଥାଏ। ଯଦି ଖୁଚୁରା ମୁଦ୍ରାସ୍ପିତି ସୂଚକାଙ୍କ ଅଧିକ ଥାଏ, ତେବେ ଏହା ଖାଉଟିଙ୍କ ଉପରେ ଅଧିକ ଆର୍ଥିକ ଚାପ ପକାଇଥାଏ। ହୋଲସେଲ ମୂଲ୍ୟ, ଖୁଚୁରା ମୁଦ୍ରାସ୍ପିତି ସୂଚକାଙ୍କର ସମ୍ଭାବ୍ୟ ଭବିଷ୍ୟତକୁ ସୂଚିତ କରେ। ଯଦି ହୋଲସେଲରଙ୍କୁ ଅଧିକ ଦେୟ ଦେବାକୁ ପଡିବ, ତେବେ ସେମାନେ ଖୁଚୁରା ବ୍ୟବସାୟୀଙ୍କଠାରୁ ଅଧିକ ମୂଲ୍ୟ ଦାବି କରିବେ। ଶେଷରେ, ଗ୍ରାହକଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡିବ।

ଖୁଚୁରା ମୁଦ୍ରାସ୍ପିତି ସୂଚକାଙ୍କ ମୁଦ୍ରାସ୍ଫୀତି ବୃଦ୍ଧିର ପ୍ରଭାବ ବଜାର ଉପରେ ଦେଖିବାକୁ ମିଳିଛି। ଗତ ମେ ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ୧୦.୮୯ ପ୍ରତିଶତ ବୃଦ୍ଧି ପାଇଥିଲା, ଯାହା ଏପ୍ରିଲରେ ୮.୮୮ ପ୍ରତିଶତ ରେକର୍ଡ କରାଯାଇଥିଲା। ମେ ମାସେରେ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ ୮.୫୨ ପ୍ରତିଶତ, ଖାଦ୍ୟ ସାମଗ୍ରୀ ୨.୪୦ ପ୍ରତିଶତ, ଖଣିଜ ଦ୍ରବ୍ୟ ୧.୭୩ ପ୍ରତିଶତ ଓ ଅଣ ଖାଦ୍ୟ ପଦାର୍ଥର ମୂଲ୍ୟ ୧.୫୨ ପ୍ରତିଶତ ମହଙ୍ଗା ରେକର୍ଡ କରାଯାଇଛି।