ଏୟାର ଏସିଆ ଇଣ୍ଡିଆକୁ ଅଧିଗ୍ରହଣ କରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଭାରତୀୟ ପ୍ରତିଯୋଗିତା ଆୟୋଗ ଏୟାର ଏସିଆ ଇଣ୍ଡିଆର ଅଂଶଧନ କିଣିବା ପାଇଁ ଏୟାର ଇଣ୍ଡିଆର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ଏହି ଦୁଇଟି ଯାକ ଏୟାରଲାଇନ୍ସ ଟାଟା ଗ୍ରୁପ୍ ଦ୍ବାରା ପରିଚାଳିତ ହେଉଛି। ଟାଟା କମ୍ପାନୀ ଚଳିତ ବର୍ଷ ଜାନୁୟାରୀରେ ଏୟାର ଇଣ୍ଡିଆ ଅଧିଗ୍ରହଣ କରିଥିଲା । ଏୟାର ଏସିଆ ଇଣ୍ଡିଆ ପ୍ରାଇଭେଟ ଲିମିଟେଡରେ ଟାଟା ସନ୍ସ ପ୍ରାଇଭେଟ ଲିମିଡେଟ ର ୮୩.୬୭ ପ୍ରତିଶତ ଅଂଶଧନ ରହିଛି । ବାକି ୧୬.୩୩ ପ୍ରତିଶତ ଏୟାର ଏସିଆ ଇନଭେଷ୍ଟମେଣ୍ଟ ପାଖରେ ଅଛି ।

ଏୟାର ଏସିଆ ଇଣ୍ଡିଆକୁ ଅଧିଗ୍ରହଣ ପାଇଁ ଏୟାର ଇଣ୍ଡିଆ ଗତ ଏପ୍ରିଲରେ ଭାରତୀୟ ପ୍ରତିଯୋଗିତା ଆୟୋଗକୁ ପ୍ରସ୍ତାବ ପଠାଇଥିଲା । ଚୁକ୍ତି ଅନୁଯାୟୀ, ଏୟାର ଏସିଆର ୧୬.୩ ପ୍ରତିଶତ ଅଂଶଧନକୁ ଏୟାର ଇଣ୍ଡିଆ ୧୩୯ କୋଟି ଟଙ୍କାରେ ଅଧିଗ୍ରହଣ କରିବ । ଏହି ଦୁଇ ଏୟାରଲାଇନ୍ସ ମିଶିବା ପରେ ଭାରତର ଘରୋଇ ବିମାନ ଯାତ୍ରୀ ବଜାରରେ ସେମାନଙ୍କର ଅଂଶଧନ ୧୫.୭ ପ୍ରତିଶତ ହେବ ।