ଚଳିତ ବର୍ଷ ଅକ୍ଟୋବରରୁ ଆରମ୍ଭ ହେବ ୫-ଜି ଇଣ୍ଟରନେଟ୍ ସେବା

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ୫-ଜି ଇଣ୍ଟରନେଟ୍ ସେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧକ୍ଷତାରେ ଆଜି (ବୁଧବାର) ବସିଥିବା କ୍ୟାବିନେଟ ବୈଠକରେ ୫-ଜି ସ୍ପେକଟ୍ରମ୍‌କୁ ମଞ୍ଜୁରି ମିଳିଛି ।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ୫-ଜି ସ୍ପେକ୍ଟ୍ରମ୍ ନିଲାମ ପାଇଁ ଆବେଦନ ଜୁଲାଇ ୮ ରୁ ଆରମ୍ଭ ହେବ ଏବଂ ଜୁଲାଇ ୨୬ରୁ ନିଲାମ ଆରମ୍ଭ ହେବ। ଆସନ୍ତା ୨୦ ବର୍ଷ ବୈଧତା ସହ 72097.85 MHz ନିଲାମି ହେବ । ଆସନ୍ତା ଜୁଲାଇ ଶେଷ ସୁଦ୍ଧା କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଲାମି ଡକାଯିବା ନେଇ ସୂଚନା ମିଳିଛି । ଚଳିତ ବର୍ଷ ଅକ୍ଟୋବରରୁ ସରକାର ୫-ଜି ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଭାରତର 8ଟି ଟପ୍ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟରେ 5G ଟେଷ୍ଟ ବେଡ୍ ସେଟଅପ୍ ହେବ । ଏହି ନିଲାମ ବିଶେଷ ଭାବରେ ଲୋ ପାଇଁ (600 MHz, 700 MHz, 800 MHz, 900 MHz, 1800 MHz, 2100 MHz, 2300 MHz), ମଧ୍ୟମ (3300 MHz) ଏବଂ ହାଇ ଫ୍ରିକୁଏନ୍ସି ପାଇଁ (26 GHz) ଲାଗି ହେବ ।ପ୍ରଥମ ଥର ପାଇଁ ସଫଳ ବିଡରଙ୍କୁ ସିଧାସଳଖ ସମସ୍ତ ଅର୍ଥ ପୈଠ କରିବା ବାଧ୍ୟତାମୂଳକ ହୋଇନାହିଁ । ସ୍ପେକ୍ଟ୍ରମ ପାଇଁ ବର୍ଷ ଆରମ୍ଭରୁ 20ଟି ଇନଷ୍ଟଲମେଣ୍ଟରେ ଅର୍ଥ ପୈଠ କରିବାକୁ ସୁଯୋଗ ରହିବ ।

ନୂତନ ଯୁଗର ପ୍ରୟୋଗ ଯଥା ମେସିନ୍-ଟୁ-ମେସିନ୍ ଯୋଗାଯୋଗ, ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ (ଆଇଓଟି), କୃତ୍ରିମ ବୁଦ୍ଧିଜୀବୀ (AI) ଭଳି ସ୍ୱାସ୍ଥ୍ୟ ସେବା, କୃଷି, ଶକ୍ତି କ୍ଷେତ୍ରରେ ବ୍ୟବହୃତ ହେବାକୁ ଥିବା କ୍ୟାବିନେଟ୍ ଅନୁମୋଦନ କରିଛି । ଏବଂ ଅନ୍ୟାନ୍ୟ କ୍ଷେତ୍ରଗୁଡିକ ମଧ୍ୟ ଏହାର ପ୍ରତିଷ୍ଠା ଏବଂ ବିକାଶକୁ ଅନୁମୋଦନ କରିବାକୁ ନିଷ୍ପତ୍ତି ନେଇଛି ।