ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର (ସଂକେତ୍ ଟିଭି) : ବିଧାନସଭାରେ ବିଧିବଦ୍ଧ ପ୍ରକାଶ ପାଇଲା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି । ଏହି ନାମାଙ୍କନ ଦାଖଲ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇ ଜୁନ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ୩୦ ତାରିଖରେ ଯାଞ୍ଚ ହେବ ଏବଂ ଜୁଲାଇ ୨ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ । ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ ।

ସୂଚନା ଅନୁସାରେ, ରାଷ୍ଟ୍ରପତି ନିର୍ବାଚନରେ ରାଜ୍ୟସଭା, ଲୋକସଭା ଓ ବିଧାନସଭାର ନିର୍ବାଚିତ ସଦସ୍ୟମାନେ ଭୋଟ୍ କରିବେ । ରାଜ୍ୟସଭାର ୨୩୩ ସାଂସଦ, ଲୋକସଭାର ୫୪୩ ସାଂସଦ ଓ ପ୍ରତି ରାଜ୍ୟର ମୋଟ ୪୧୨୦ ବିଧାୟକ ଏଥିପାଇଁ ଭୋଟ୍ ଦେବେ ।

ଯାହାର ମୋଟ୍ ସଂଖ୍ୟା ହେଉଛି ୪୮୯୬ । ତେବେ ଚଳିତ ଥର ଇଲେକ୍ଟୋରାଲ କଲେଜର ଭୋଟ୍ ଭାଲ୍ୟୁର ପରିମାଣ ମୋଟ ୧୦,୮୬,୪୩୧ ହୋଇଥିବାବେଳେ, ଜଣେ ପ୍ରାର୍ଥୀଙ୍କୁ ରାଷ୍ଟ୍ରପତି ନିର୍ବାଚନ ଜିତିବାକୁ ୫,୪୩, ୨୧୬ ଭୋଟ୍ ଦରକାର ।