‘ଘୁମର୍’ର ଲିଡ୍ ରୋଲରେ ଅଭିଷେକ ବଚ୍ଚନ ଏବଂ ସୈୟାମୀ ଖେର
ମୁମ୍ବାଇ (ସଂକେତ୍ ଟିଭି) : ବଲିଉଡ୍ ଷ୍ଟାର ଅଭିଷେକ ବଚ୍ଚନ ଏବଂ ସୈୟାମୀ ଖେରଙ୍କ ଲିଡ୍ ରୋଲ୍ ଫିଲ୍ମ ‘ଘୁମର’କୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କିଛି ଦିନ ତଳେ ଖବର ଆସିଥିଲା ଯେ ବଲିଉଡ୍ର ମହାନାୟକ ଅମିତାଭ ବଚ୍ଚନ ଏହି ଫିଲ୍ମରେ ନଜର ଆସିବେ । ଆଉ ବର୍ତ୍ତମାନ ଏହି ଫିଲ୍ମ ସହ ଜଡ଼ିତ ଆଉ ଏକ ଅପଡେଟ୍ ସାମ୍ନାକୁ ଆସିଛି । ଦୀର୍ଘପ୍ରତୀକ୍ଷା ପରେ ଫିଲ୍ମର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଛି, ଯାହା ବେଶ୍ ଦମଦାର ହୋଇଛି । ଅଭିଷେକ ଏବଂ ସୈୟାମୀଙ୍କ ଫିଲ୍ମ ଘୁମରରୁ ଦୁହେଁଙ୍କ ପ୍ରଥମ ଲୁକ୍କୁ ରିଲିଜ୍ କରାଯାଉଛି । ଏହି ଲୁକ୍ରେ ଉଭୟ ଏକତ୍ର ନଜର ଆସୁଥିବା ଦେଖିବାକୁ ମିଳିଛି । ଏହି ଲୁକ୍କୁ ଅଭିନେତ୍ରୀ ସୈୟାମୀ ତାଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ୍ରେ ସେୟାର କରିଛନ୍ତି ।
ସୈୟାମୀଙ୍କ କହିବା ଅନୁଯାୟୀ ଦୀର୍ଘ ଦିନ ପରେ ତାଙ୍କୁ କିଛି ଭିନ୍ନ ପ୍ରୋଜେକ୍ଟ ମିଲିଛି, ଯେଉଁଥିରେ ସେ ଜଣେ ଖେଳାଳି ଚରିତ୍ରରେ ଅଛନ୍ତି । ତେଣୁ ଭାବନାତ୍ମକ ଏବଂ ଶାରୀରିକ ରୂପେ ସବୁଠୁ ଚ୍ୟାଲେଞ୍ଜପୂର୍ଣ୍ଣ ଭୂମିକା ବୋଲି କହିଛନ୍ତି । ଏହାସହ ଏଥିରେ ଅଭିଷେକ ବଚ୍ଚନ ତାଙ୍କ କୋଚ୍ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି, ଯାହା ଅଭିଷେକଙ୍କ ପାଇଁ ମଧ୍ୟ ନିଆରା ଫିଲ୍ମ ହେବାକୁ ଯାଉଛି । ଅନ୍ୟପକ୍ଷରେ ଏହି ଫିଲ୍ମରେ ଦୀର୍ଘ ବର୍ଷ ପରେ ବାପା-ପୁଅ ତଥା ଅମିତାଭ-ଅଭିଷେକ ଏକତ୍ର ନଜର ଆସିବେ । ଏହାପୂର୍ବରୁ ଉଭୟ ବଣ୍ଟି ଔର୍ ବବଲୀ, ସରକାର ଫିଲ୍ମରେ କାମ କରିଥିଲେ । ତେବେ ଫିଲ୍ମ ନିର୍ମାତା ଘୁମରର କାହାଣୀ ଏବଂ କାଷ୍ଟକୁ ନେଇ କୌଣସି ଅଧିକାରିକ ସୂଚନା ଦେଇନାହାନ୍ତି ।