ବିନା ପାଇଲଟ୍‌ରେ ୬ଟି ଦେଶ ଦେଇ ଅତିକ୍ରମ କଲା ବିମାନ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ବିନା ଅନୁମତିରେ ୬ଟି ଦେଶ ଦେଇ ଅତିକ୍ରମ କଲା ବିମାନ । ବିମାନଟି ଯେତେବେଳେ ବୁଲଗେରିଆରେ ଅବତରଣ କଲା ସେତେବେଳେ ବିମାନ ଭିତରେ କେହି ବି ନଥିଲେ । ପାଇଲଟ ସହ କେହି ଯାତ୍ରୀ ମଧ୍ୟ ବିମାନରେ ନଥିବା ଦେଖି ସମସ୍ତଙ୍କ ହୋସ ଉଡି ଯାଇଥିଲା । ଏବେ ଏହାର ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି । ବର୍ତ୍ତମାନ ଏହି ‘ରହସ୍ୟମୟ ବିମାନ’ ବିଷୟରେ ସୂଚନା ସଂଗ୍ରହ କରାଯାଉଛି । ଏହା କିପରି ଗୋଟିଏ କିମ୍ବା ଦୁଇଟି ନୁହେଁ ୬ଟି ଦେଶ ଅତିକ୍ରମ କରି ବୁଲଗେରିଆରେ ପହଞ୍ଚିଲା, ସେ ନେଇ ଯାଞ୍ଚ କରାଯାଉଛି ।

ଏହି ପ୍ରସଙ୍ଗରେ ବୁଲଗେରିଆ ପ୍ରତିରକ୍ଷା ମନ୍ତ୍ରାଳୟର ଅଧିକାରୀ ଡ୍ରାଗୋମିର ଜାକୋଭ କହିଛନ୍ତି ଯେ ଅନୁମତି ନଥାଇ ଅତିକ୍ରମ କଲା ୬ଟି ଦେଶ ଏକ ଅଜଣା ବିମାନ ବୁଧବାର (ଜୁନ୍‌ ୮) ସନ୍ଧ୍ୟାରେ ତାଙ୍କ ଦେଶର ଆକାଶ ମାର୍ଗରେ ପ୍ରବେଶ କରିଥିଲା । ତେବେ ବିମାନଟି ବହୁତ କମ୍‌ ଉଚ୍ଚତାରେ ଉଡୁଥିଲେ ଏବଂ ଏହାକୁ ଅଟକାଇବା ସହଜ ଥିଲା । ବର୍ତ୍ତମାନ ଆମର ଅନୁସନ୍ଧାନ ଚାଲିଛି । ଏୟାରଲାଇଭ୍‌.ନେଟ୍‌ ଅନୁଯାୟୀ, ଏହି ‘ରହସ୍ୟମୟ ବିମାନ’ ବୁଲଗେରିଆ ସୀମାରେ ପ୍ରବେଶ କରିବା ପୂର୍ବରୁ ହଙ୍ଗେରୀ ଏବଂ ରୋମାନିଆର ବାୟୁସେନା ଦ୍ୱାରା ଚିହ୍ନଟ ହୋଇଥିଲା । ଏହା ପରେ ଏହା ପୋଲାଣ୍ଡ, ସ୍ଲୋଭାକିଆ, ବୁଲଗେରିଆ ଏବଂ ଲିଥୁଆନିଆର ଆକାଶପଥକୁ ପ୍ରବେଶ କରିଥିଲା ।

ରିପୋର୍ଟ ଅନୁଯାୟୀ, ଏହା ପରେ ଅଜ୍ଞାତ ବିମାନ ହଙ୍ଗେରୀର ଏକ ଛୋଟ ବିମାନବନ୍ଦରରେ ଅବତରଣ କଲା । କର୍ତ୍ତୃପକ୍ଷ ତାଙ୍କୁ ଅଟକାଇବା କିମ୍ବା ଅନୁସନ୍ଧାନ କରିବା ପୂର୍ବରୁ, ସେ ଇନ୍ଧନ ଭରିବା ପରେ ପୁଣି ଥରେ ଉଡାଣ କରିଥିଲା ଏବଂ ପରେ ସେ ପଡୋଶୀ ବୁଲଗେରିଆର ଆକାଶ ମାର୍ଗରେ ଦେଖାଦେଇଥିଲା । ବୁଲଗେରିଆରେ ଅବତରଣ କରିବା ପରେ ଯେତେବେଳେ ଏହି ଦୁଇ ସିଟ୍‌ ବିଶିଷ୍ଟ ବିମାନର ଯାଞ୍ଚ କରାଯାଇଥିଲା, ଭିତରେ ପାଇଲଟ୍‌ କିମ୍ବା ଯାତ୍ରୀ କେହି ମଧ୍ୟ ନଥିଲେ । ତେବେ ବିମାନକୁ କିଏ ଚଳାଉଥିଲା ସେ ନେଇ ଏବେ ଯାଞ୍ଚ ଆରମ୍ଭ ହୋଇଛି ।