ଏଚ୍ଆଇଭି ପାଇଁ ବଡ଼ ଉପଚାର, ଗୋଟିଏ ଡୋଜରେ ହେବ ଖତମ
ନୂଆଦିଲ୍ଲୀ (ସଂକେତ୍ ଟିଭି) : ବିଶ୍ୱରେ କର୍କଟ ଲକ୍ଷ ଲକ୍ଷ ଲୋକଙ୍କ ପ୍ରାଣ ନେଉଥିବାବେଳେ ଅନୁରୂପ ଭାବେ ଏଚ୍ଆଇଭି ଅକାଳରେ ଅନେକଙ୍କ ଜୀବନ ନେଉଥିବା ଦେଖା ଦେଇଛି । କ୍ୟାନସରର ଉପଚାର ବାହାରି ଥିବାବେଳେ, ସେହି ରି ଏଚ୍ଆଇଭି ବା ଏଡ୍ସ ଭଳି ଦୁରାରୋଗ୍ୟ ରୋଗର ମଧ୍ୟ ଉପଚାର ସମ୍ଭବ ହେବ । ଇସ୍ରାଏଲର ବୈଜ୍ଞାନିକମାନେ ଏଭଳି ଏକ ଟିକା ପ୍ରସ୍ତୁତ କରିଛନ୍ତି, ଯାହାର ଗୋଟିଏ ଡୋଜ ନେଲେ ଏଡ୍ସ ଭଳି ରୋଗ ଭଲ ହୋଇପାରିବ ।
ଇସ୍ରାଏଲର ତେଲ ଅବିବ ବିଶ୍ୱବଦ୍ୟାଳୟରେ ଏହାର ପରୀକ୍ଷଣ କରାଯାଇଛି । ବୈଜ୍ଞାନିକମାନେ ଟାଇପ୍-ଟୁ- ଧଳା ରକ୍ତ କଣିକାରେ କିଛିକିଛି ପରିବର୍ତ୍ତନ କରିଥିଲେ । ରକ୍ତ କଣିକାର ପରିବର୍ତ୍ତନରେ ଏଡ୍ସର ଚିକିତ୍ସା ସମ୍ଭବ ହୋଇପାରିଛି । ବର୍ତ୍ତମାନ ସୁଦ୍ଧା ଏଚଆଇଭି ଏଡ୍ସର ଚିକିତ୍ସା ପାଇଁ କୌଣସି ଔଷଧ ପ୍ରସ୍ତୁତ ହୋଇପାରି ନାହିଁ । କିନ୍ତୁ ଔଷଧ ଦ୍ୱାରା ଏହାକୁ ରୋକା ଯାଇପାରୁଛି । ୨୦୨୦ର ଏକ ରିପୋର୍ଟ ଅନୁଯାୟୀ ବିଶ୍ୱରେ ୩.୭କୋଟି ଲୋକ ସଂକ୍ରମିତ ଥିବା ଜଣାପଡିଛି । ଏହା ମୁଖ୍ୟତଃ ଅସୁରକ୍ଷିତ ଯୌନ ସମ୍ପର୍କ,ଦୂଷିତ ରକ୍ତ ସଂକ୍ରମଣ ଓ ସଂର୍କମିତ ସିରିଞ୍ଜ ଏବଂ ସଂକ୍ରମିତ ମାଆଙ୍କଠାରୁ ଛୁଆପର୍ଯ୍ୟନ୍ତ ଏହି ରୋଗ ବ୍ୟାପିଥାଏ ।