ପୃଥିବୀ ବାହାରେ ‘ସ୍କାଏ ଆଇ’ଦୂରବୀକ୍ଷଣର ଜୀବସତ୍ତା ଚିହ୍ନଟ ଆଶା

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଦିନକୁ ଦିନ ବିଜ୍ଞାନର ଅଭିବୃଦ୍ଧି ଯୋଗୁଁ ନୂତନ ତଥ୍ୟ ଆବିଷ୍କାର ହେବାରେ ଲାଗିଛି ।ଭୂରୁ ଭୂବ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ବିଜ୍ଞାନର ଅଭିବୃଦ୍ଧି ଘଟିଛି । ଯାହାଫଳରେ ଭୂଗର୍ଭର ଚିତ୍ର,ପାଣିପାଗ, ବିଭିନ୍ନ ରୋଗର ଉପଚାର,କୃଷି ଓ ଅନ୍ତରୀକ୍ଷର ଗ୍ରହ ନକ୍ଷତ୍ର ବିଷୟରେ ଜ୍ଞାନଆହରଣ ସହିତ ଅନେକ ତଥ୍ୟ ପଦାକୁ ଆସୁଛି । ସେହିପରି ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହ ବିଷୟରେ ପ୍ରତ୍ୟେକ ଦେଶ ଗବେଷଣା ଜାରି ରଖିଛନ୍ତି ।

ଚୀନର ପ୍ରକାଣ୍ଡ ‘ସ୍କାଇ ଆଇ’ ଦୂରବୀକ୍ଷଣ ଯନ୍ତ୍ର ପୃଥିବୀ ବାହାରେ ଜୀବସତ୍ତା ଚିହ୍ନଟ କରିଥାଇ ପାରେ ବୋଲି ରାଷ୍ଟ୍ରାୟତ୍ତ ସାଇନସ୍ ଆଣ୍ଡ ଟେକ୍ନୋଲୋଜି ରିପୋର୍ଟ କରିଛି । କିନ୍ତୁ ପରେ ଉକ୍ତ ରିପୋର୍ଟ ଓ ପୋଷ୍ଟଗୁଡିକୁ ଡିଲିଟ୍ କରିଦେଇଥିବା ପରି ମନେହେଉଛି ।’ସ୍କାଏ ଆଇ’ଚିହ୍ନଟ କରିଥିଲେ ନ୍ୟାରୋ ବ୍ୟାଣ୍ଡ ଇଲେକ୍ଟ୍ରୋମାଗ୍‌ନେଟିକ ସଙ୍କେତଗୁଡିକ ପୂର୍ବରୁ ଚିହ୍ନଟ କରାଯାଇଥିବା ସଙ୍କେତଗୁଡ଼ିକଠାରୁ ଭିନ୍ନ ।ଏହି ସଙ୍କେତ ଉପରେ ଜ୍ୟୋର୍ତିବିଜ୍ଞାନୀ ଟିମ ଅଧିକ ତଦନ୍ତ କରୁଛି ବୋଲି ବୈଜ୍ଞାନିକ ଝାଙ୍ଗ ତୋଞ୍ଜିଙ୍କ କଥାରୁ ଊଦ୍ଧାର କରାଯାଇଛି ।

ବେଜିଂ ନରମାଲ ୟୁନିଭର୍ସିଟି,ଦି ନ୍ୟାସନାଲ ଆଷ୍ଟ୍ରୋନେମିକାଲ ଅବ୍‌ଜେକ୍ଟୋରୀ ଅଫ୍‌ ଦି ଚାଇନିଜ ଏକାଡେମୀ ଅଫ ସାଇନ୍‌ସ ଏବଂୟୁନିଭର୍ସିଟି ଅଫ କାଲିଫର୍ଣ୍ଣିଆ ମିଳିତ ଭାବେ ଏହି ବହିର୍ଜାଗତିକ ସଭ୍ୟତା ଅନ୍ୱେଷଣ ଟିମ ସଂସ୍ଥାପନ କରିଛନ୍ତି । ବୈଜ୍ଞାନିକମାନେ କହିଛନ୍ତି ଏ ବିଷୟରେ ଆହୁରି ଅଧିକ ଗବେଷଣା ଆବଶ୍ୟକ ।