ଦେଶର ୧୩ ସହରରେ ପ୍ରଥମେ ମିଳିବ ୫ଜି ସେବା

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଭାରତରେ ୫ଜି ସ୍ପେକ୍ଟ୍ରମ ନିଲାମ ଲାଗି ମଞ୍ଜୁରି ସରକାରଙ୍କ ମଞ୍ଜୁରୀ ମିଳିଥିବାବେଳେ ଦେଶରେ ଖୁବ୍ ଶୀଘ୍ର ୫ଜି ସେବା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ଆଗାମୀ ଦିପାବଳୀ ସୁଦ୍ଧା ଲୋକଙ୍କୁ ୫ଜି ସେବା ଉପଲବ୍ଧ ହୋଇପାରେ। ଆଗାମୀ ଜୁଲାଇ ୨୬ରେ ୫ଜି ସ୍ପେକ୍ଟ୍ରମ ନିଲାମ ହେବ। ଏହି ନିଲାମରେ ୭୨ ଜିଗାହର୍ଜରୁ ଅଧିକା ସ୍ପେକ୍ଟ୍ରମର ୨୦ ବର୍ଷର ବୈଦ୍ଧ ଅବଧି ମିମନ୍ତେ ନିଲାମ ହେବ।

ନିଲାମ ପୃଥକ ପୃଥକ ଲୋ, ମିଡ ଓ ହାଇଫ୍ରିକ୍ୱେନ୍ସି ବ୍ୟାଣ୍ଡରେ ସ୍ପେକ୍ଟ୍ରମ ଲାଗି ଅନୁଷ୍ଠିତ ହେବ। ତେବେ ଦେଶରେ ଉପଲବ୍ଧ ୪ଜି ଠାରୁ ୫ଜି ୧୦ଗୁଣାରୁ ବି ଅଧିକ ସ୍ପିଡ ହେବ ବୋଲି ସରକାର ଦାବି କରୁଛନ୍ତି। ଏଥିରେ ଦେଶର ଏପରି କେତେକ କ୍ଷେତ୍ର ରହିଛି ଯେଉଁଠି ପ୍ରଥମେ ୫ଜି ସେବା ଉପଲବ୍ଧ ହେବ। ତେବେ ଦେଶରେ ଏବେବି ଏପରି ସ୍ଥାନ ସବୁ ରହିଛି ଯେଉଁଠି ଠିକ୍‌ ଭାବେ ୪ଜି କନେକ୍ଟିଭିଟି ଠିକରେ ଉପଲବ୍ଧ ହେଉ ନାହିଁ।

ଦୂରସଞ୍ଚାର ବିଭାଗ ଅନୁସାରେ ଭାରତର ଯେଉଁ ୧୩ଟି ସହର ପ୍ରଥମେ ୫ଜି ସେବା ପାଇବେ ସେଥିମଧ୍ୟରେ ଅହମ୍ମଦାବାଦ, ବେଙ୍ଗାଲୁର, ଚଣ୍ଡିଗଡ଼, ଚେନ୍ନାଇ, ଦିଲ୍ଲୀ, ଗାନ୍ଧିନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଓ ପୁଣେ ଆଦି ସହର ଅଛନ୍ତି। ତେବେ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ନାହିଁ ଦେଶର କେଉଁ ଟେଲିକମ ଅପରେଟର ବ୍ୟବସାୟୀକ ୫ଜି ସେବା ଆରମ୍ଭ କରିବେ। ହୁଏତ ଜିଓ, ଏୟାରଟେସ ଓ ଭିଆଇ ମଧ୍ୟରୁ କେହିବି ପ୍ରଥମେ ସେବା ଆରମ୍ଭ କରିପାରନ୍ତି।