ଓଡିଶାରେ ବଢୁଛି କୋରୋନା ଗ୍ରାଫ
ଭୁବନେଶ୍ବର (ସଂକେତ୍ ଟିଭି) : ଓଡିଶାରେ ଧୀରେ ଧୀରେ କୋରୋନା ଗ୍ରାଫ ଉପରକୁ ଉଠୁଛି । ଭୁବନେଶ୍ବର ଓ ଖୋର୍ଦ୍ଧାରେ ପଜିଟିଭ କେସ ଅଧିକ ରହୁଥିବା ବେଳେ ରାଜ୍ୟର ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ଼ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।
ସେ ଆହୁରି କହିଛନ୍ତି ଯେ, “ସରକାରଙ୍କ କୋଭିଡ଼ ଗାଇଡ଼ଲାଇନ ମାନିବାର ଆବଶ୍ୟକତା ରହିଛି । କୋଭିଡ଼ ସଂକ୍ରମଣକୁ କିଛି ଦିନ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି । କାରଣ ଦିଲ୍ଲୀ ଭଳି ସହରରେ କୋରୋନା ବଢିଲା ଓ ପୁନର୍ବାର କମିଯାଇଥିଲା । ସେଥିପାଇଁ ସଠିକ ଅନୁଧ୍ୟାନ ନିତାନ୍ତ ଆବଶ୍ୟକ । ବର୍ତ୍ତମାନ ସୁଦ୍ଧା କିଛି ନୂଆ ଭାରିଏଣ୍ଟ ଆସିବାର ରିପୋର୍ଟ ବିଭାଗ ପାଖରେ ନାହିଁ ବୋଲି ସେ କହିଛନ୍ତି।