ଇଟାଲୀ ଓ ଦୁବାଇ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର (ସଂକେତ୍ ଟିଭି) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ବିଦେଶ ଗସ୍ତରେ ଯାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଗୋଟିଏ ଟିମ୍ ଇଟାଲୀ ଓ ଦୁବାଇ ଯିବେ। ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମରେ ନବୀନ ଖାଦ୍ୟ ସୁରକ୍ଷାରେ ଓଡ଼ିଶାର ରୂପାନ୍ତିକରଣ ଯାତ୍ରା ଓ ବିପର୍ଯ୍ୟୟ ପରିଚାଳନା ଉପରେ ବାର୍ତ୍ତା ରଖିବେ।

ଭାଟିକାନ ସିଟିରେ ନବୀନଙ୍କ ପୋପଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ପ୍ରବାସୀ ଓଡ଼ିଆଙ୍କୁ ମଧ୍ଯ ଭେଟିବେ। ଦୁବାଇରେ ପୁଞ୍ଜିନିବେଶକାରୀ ସମ୍ମିଳନୀରେ ଯୋଗଦେବେ। ବିଭିନ୍ନ ବଡ ବଡ ନିବେଶଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ, ୫ଟି ସଚିବ, ଖାଦ୍ୟ ଯୋଗାଣ ସଚିବ, ଶିଳ୍ପ ସଚିବ, ନୂଆଦିଲ୍ଲୀ ଆବାସିକ କମିଶନର ମଧ୍ୟ ଗସ୍ତ କରିବେ।