ସଂଘର୍ଷ କରି ଇଣ୍ଡଷ୍ଟ୍ରୀର ସଫଳ ଶିଢିରେ ଚଢ଼ୁଛନ୍ତି ଜେମୀ ଲିଭର୍
ମୁମ୍ବାଇ (ସଂକେତ୍ ଟିଭି) : ବଲିଉଡ୍ରେ ନେପୋଟିଜମ୍ ପ୍ରସଙ୍ଗକୁ ନେଇ ସବୁବେଳେ ଚର୍ଚ୍ଚା ଓ ଆଲୋଚନା ଜାରି ରହୁଛି । ଷ୍ଟାରକିଡ୍ ଏବଂ ଆଉଟସାଇଡର୍ସଙ୍କ ଭିତରେ ବିବାଦ ମଧ୍ୟ ଦେଖିବାକୁ ମିଳୁଛି । ସମସ୍ତେ ଏହି ପ୍ରସଙ୍ଗ ଉପରେ ନିଜ ପକ୍ଷ ରଖୁଛନ୍ତି । ଜଣାଶୁଣା ଅଭିନେତା ଜନି ଲିଭର୍ ଏପରି ଜଣେ କଳାକାର, ଯିଏ ଫିଲ୍ମ ଇଣ୍ଡଷ୍ଟ୍ରୀରେ ହାସ୍ୟକଳାକାର ରୂପେ ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି ।
ଜନି ଲିଭର୍ଙ୍କ ପରି ତନୟା ଜେମୀ ଲିଭର୍ ମଧ୍ୟ ତାଙ୍କ ପିତାଙ୍କ ପଥ ଅନୁସରଣ କରୁଛନ୍ତି । ଜେମୀ ୨୦୧୫ରେ କପିଲ ଶର୍ମାଙ୍କ ଫିଲ୍ମ ‘କିସ୍ କିସ୍ କୋ ପ୍ୟାର୍ କରୁଁ’ ଏବଂ ‘ହାଉସଫୁଲ୍ ୪’ରେ ନଜର ଆସିଥିଲେ । ଯଦିଓ ସେ ଏପର୍ଯ୍ୟନ୍ତ ଦୁଇଟି ଫିଲ୍ମ ହିଁ କରିଛନ୍ତି, କି; କମେଡିଆନ ଭାବେ ପିତାଙ୍କ ପରି ନାଁ କମେଇବାରେ ଲାଗିଛନ୍ତି ଏବଂ ସ୍ୱତନ୍ତ୍ର ପରିଚୟ ପାଇଛନ୍ତି । ବର୍ତ୍ତମାନ ସେ ଇଣ୍ଡଷ୍ଟ୍ରୀର ସଫଳ ଶିଢିରେ ଚଢ଼ୁଛନ୍ତି । ଜେମୀ ଲିଭର୍ ଭଲ ମିମିକ୍ରି କରନ୍ତି । ଖାସ୍ କରି କୋରିଓଗ୍ରାଫର୍ ଫରାହ ଖାନଙ୍କ । ଗତ କିଛି ଦିନ ତଳେ ସୋନମ କପୁର, ରାକ୍ଷୀ ସାୱନ୍ତ ଏବଂ ଆଶା ଭୋସଲେଙ୍କ ସ୍ୱରକୁ ନକଲ କରୁଥିବା ନଜର ଆସିଛନ୍ତି । ସୋସିଆଲ ମିଡିଆରେ ତାଙ୍କ ଭିଡିଓ ବେଶ୍ ଭାଇରାଲ ହୋଇଥାଏ ।
କହିବାକୁ ଗଲେ ଜେମୀ ଲିଭର୍ ସହଜରେ ଏସ୍ଥାନରେ ପହଞ୍ଚିନାହାନ୍ତି । ସେ ବହୁତ ସଂଘର୍ଷ କରିଛନ୍ତି । ଷ୍ଟାରକିଡ୍ ହେବା ସତ୍ବେ ସେ କାହାର ସହଯୋଗ ନେଇନାହାନ୍ତି, ଯାହା କରିଛନ୍ତି ନିଜେ କରିଛନ୍ତି । ବାପା ଜନି ଲିଭରଙ୍କ ସହଯୋଗ ସେ ଲୋଡ଼ିନାହାନ୍ତି । ଜେମୀ କାହାକୁ ବି ତାଙ୍କର ଗଡ୍ଫାଦର ମାନିନାହାନ୍ତି । ସେ କେବଳ ନିଜ ଟ୍ୟାଲେଣ୍ଟ୍ ଦମ୍ଭରେ ନିଜ ରାସ୍ତା ତିଆରି କରିଛନ୍ତି ।
ନିଜ ସଂଘର୍ଷ ସମ୍ପର୍କରେ ଜେମୀ କୁହନ୍ତି, ‘ସେ ବହୁତ ଭାଗ୍ୟବାନ ଯେ ସେ ଜଣେ ଷ୍ଟାର ପିତାଙ୍କ ଝିଅ । ସର୍ବଦା ଏହି କଥାରେ ଖୁସି, ବାପା ତାଙ୍କୁ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟକୁ ଷ୍ଟାରଡମ୍ର ଲାଳସା ଦେଇନାହାନ୍ତି । ସେ ସର୍ବଦା ଜଣେ ସାଧାରଣ ମନୁଷ୍ୟ ପରି ପିଲାଙ୍କର ଲାଳନପାଳନ କରିଛନ୍ତି । ସେଲିବ୍ରେଟି ସନ୍ତାନର ଅନୁଭୂବକୁ ସବୁବେଳେ ଦୂରରେ ରଖିଛନ୍ତି ।’ ଆଜିର ସମୟରେ ଜେମୀ ଲିଭର୍ ଇଣ୍ଡଷ୍ଟ୍ରୀରେ ଏକ ଏପରି ସ୍ଥାନ ହାସଲ କରିଛନ୍ତି, ଯେଉଁଠାରେ ସେ ତାଙ୍କର ଟ୍ୟାଲେଣ୍ଟ ପାଇଁ ପରିଚିତ ହେଉଛନ୍ତି । ଶେଷ ଥର ପାଇଁ ଜେମୀ କପିଲ ଶର୍ମା ଶୋ’ରେ କମେଡି କରୁଥିବା ନଜର ଆସିଥିଲେ ଏବଂ ଦର୍ଶକଙ୍କୁ ମନୋରଞ୍ଜନ କରିବାରେ ସଫଳ ହୋଇଛନ୍ତି ।