ମଝି ଆକାଶରେ ବିମାନରେ ଲାଗିଲା ନିଆଁ, କଲା ଜରୁରି ଅବତରଣ

ପାଟନା (ସଂକେତ୍ ଟିଭି) : ଯାତ୍ରୀବାହୀ ସ୍ପାଇସଜେଟ ବିମାନରେ ମଝି ଆକାଶରେ ନିଆଁ ଲାଗିଯାଇଥିଲା। ଫଳରେ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଛି । ପାଟନା ବିମାନ ବନ୍ଦରରେ ଏଭଳି ଏକ ବିମାନ ଦୁର୍ଘଟଣା ଘଟିଛି । ୧୮୫ ଯାତ୍ରୀଙ୍କୁ ନେଇଯାଉଥିବା ବିମାନଟି ବିହଟା ଏୟାରଫୋର୍ସ ଷ୍ଟେସନରେ ଜରୁରୀ ଅବତରଣ କରିଛି । ତେବେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ସୂଚନା ଅନୁସାରେ, ପାଟନାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏକ ସ୍ପାଇସଜେଟ୍ ବିମାନ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଏହାର ଗୋଟିଏ ଡେଣାରେ ନିଆଁ ଲାଗିଯାଇଥିଲା । ଫଳରେ ବିମାନଟିକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା । ଏହି ବିମାନଟି ପାଟନାର ଜୟପ୍ରକାଶ ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରୁ ୧୧ଟା ୫୫ରେ ଉଡାଣ ଭରିଥିଲା। ଟେକ ଅଫର କିଛି ସମୟ ଭିତରେ ନିଆଁ ଲାଗିଥିଲା । ଇଞ୍ଜିନ ସମସ୍ୟା ପାଇଁ ନିଆଁ ଲାଗିଥିବା ଜଣାପଡିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଉଡ଼ାଣ ଭରିବାର କିଛି ସମୟ ପରେ କମ୍‌ ଉଚ୍ଚତାରେ ପକ୍ଷୀ ସହିତ ଧକ୍କା ହେବାରୁ ବିମାନରେ ନିଆଁ ଲାଗିଯାଇଥିଲା ବୋଲି କୁହାଯାଇଛି। ଏହା ଦ୍ୱାରା ବିମାନର ବାମ ପାଖ ଇଞ୍ଜୀନରେ ୩ଟି ବ୍ଲେଡ୍‌ ଭାଙ୍ଗି ଯାଇଛି। ବର୍ଡ୍‌ର ଅଧିକ ଉତ୍ତାପ ପାଇଁ ଏପରି ହେଇଥିବା ସ୍ପାଇସ୍‌ ଜେଟ୍‌ ଆନୁଷ୍ଠାନିକ ଭାବେ କହିଛି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ତରଫରୁ ଏହି ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଚାଲିଛି।