ଶାହରୁଖ କିଣିଲେ ଆଉ ଏକ କ୍ରିକେଟ ଟିମ୍‌

ମୁମ୍ବାଇ (ସଂକେତ୍ ଟିଭି) : ବଲିଉଡ କିଙ୍ଗଖାନ ଫିଲ୍ମ ସାଙ୍ଗକୁ କ୍ରିକେଟ ଜଗତରେ ମଧ୍ୟ ବେଶ୍ ପ୍ରଶିଦ୍ଧ । ବିଶ୍ୱର ସର୍ବ ବୃହତ୍ତ କ୍ରିକେଟ ଲିଗ ଆଇପିଏଲରେ ଶାହରୁଖ କୋଲକାତା ନାଇଟ୍ ରାଇଡର୍ସର ମାଲିକ । ଇିତିମଧ୍ୟରେ ଶାହରୁଖ ଆଉ ଏକ ନୂଆ କ୍ରିକେଟ ଟିମ୍ କ୍ରୟ କରିଛନ୍ତି । ଏହି ଟିମ୍ କେରବିୟନ ପ୍ରିମିୟର ଲିଗ (ସିପିଏଲ)ର ମହିଳା କ୍ରିକେଟ୍‌ ଟିମ୍ । ଯାହାର ପ୍ରଥମ ମ୍ୟାଚ୍‌ ଦେଖିବା ପାଇଁ ଶାହରୁଖ ଏବେ ଖୁବ୍ ଉତ୍ସାହିତ । ଦୁଇଥରର ଆଇପିଏଲ ବିଜେତା କେକେଆରର ମାଲିକ ଶାହରୁଖ ଖାନ ନିକଟରେ ତାଙ୍କ ଟ୍ୱିଟରରେ ଏକ ରିଟ୍ୱିଟ୍ କରିଛନ୍ତି ।

ଶାହରୁଖ ଯେଉଁ ଟ୍ୱିଟ୍ ସେୟାର କରିଛନ୍ତି ତାହା ତାଙ୍କର ନୂଆ ମହିଳା କ୍ରିକେଟ ଟିମ୍ ଟ୍ରିନବାଗୋ ନାଇଟ୍‌ ରାଇଡର୍ସର ଅଫିସିଆଲ ଟ୍ୱିଟରର ହ୍ୟାଣ୍ଡଲ । ଏଥିରେ ଶାହରୁଖ ଉଲ୍ଲେଖ କରିଛନ୍ତି ଯେ କେକେଆର ପରିବାର ଲାଗି ଏହା ବାସ୍ତବିକ ଖୁସିର ମୂହୁର୍ତ୍ତ । ମୁଁ ଆଶା କରୁଛି ଏହି ଟିମର ମ୍ୟାଚକୁ ଲାଇଭ ଦେଖିବା ପାଇଁ ସେଠାରେ ଉପସ୍ଥିତ ରହିବି ।

ଉଲ୍ଲେଖଯୋଗ୍ୟ ଯେ ଶାହରୁଖ ଖାନଙ୍କ ମହିଳା କ୍ରିକେଟ ଟିମ୍ ଅଗଷ୍ଟ ୩୦ ତାରିଖ ଦିନ ୱମେନ୍ସ କେରବିୟନ ପ୍ରିମିୟର ଲିଗ୍ ନିଜର ପ୍ରଥମ ମ୍ୟାଚ୍ ଖେଳିବ । ଆଇପିଏଲ କ୍ରିକେଟ ଟିମ୍ କୋଲକାତା ନାଇଟ ରାଇଡର୍ସ ବ୍ୟତୀତ ଏହା ଶାହରୁଖଙ୍କ ଚତୁର୍ଥ ଟିମ୍ । ଏହା ପୂର୍ବରୁ ଶାହରୁଖ କେକଆର ନାଇଟ ରାଇଡର, ଟ୍ରିନବାଗୋ ନାଇଟ୍ ରାଇଡର୍ସ (ପୁରୁଷ ଓ ମହିଳା) ଓ ଆବୁଧାବୀ ନାଇଟ୍ ରାଇଡର୍ସକୁ ନିଜ ନାମରେ କରିସାରିଛନ୍ତି । ସିପିଏଲ ପୁରୁଷ ବର୍ଗରେ ଶାହରୁଖ ଖାନଙ୍କ ଟ୍ରିନବାଗୋ ନାଇଟ୍ ରାଇଡର୍ସ ୱେଷ୍ଟଇଣ୍ଡିଜ କ୍ରିକେଟର କାୟରନ ପୋଲାର୍ଡଙ୍କ ନେତୃତ୍ୱରେ ଚାମ୍ପିୟନ ହୋଇସାରିଛି ।