ଭୁଲରୁ କିଛି ଶିଖୁନାହାନ୍ତି ଋଷଭ ପନ୍ତ : ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଋଷଭ ପନ୍ତ ସମ୍ପ୍ରତି ଅତ୍ୟନ୍ତ ନୈରାଶ୍ୟଜନକ ଫର୍ମରେ ଅଛନ୍ତି । ଶୁକ୍ରବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟ୍ୱେଣ୍ଟି ଟ୍ୱେଣ୍ଟିରେ ମାତ୍ର ୧୭ ରନ କରିବାକୁ ସକ୍ଷମ ହୋଇଥିଲେ ପନ୍ତ । କେଶବ ମହାରାଜଙ୍କ ଏକ ବଳକୁ ଖେଳିବାକୁ ଯାଇ ଅଫ୍ ଷ୍ଟମ୍ପ ବାହାରେ ନିଜ ୱିକେଟ ଫିଙ୍ଗିଥିଲେ । କହିବାକୁ ଗଲେ, ୱାଇଡ୍ ବଲକୁ ଖେଳି ଅଜଥା ୱିକେଟ୍ ହରାଇଥିଲେ ପନ୍ତ । ତେବେ ବର୍ତ୍ତମାନ ପନ୍ତଙ୍କ ସଟ୍ ସିଲେକ୍ସନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ୱେଣ୍ଟି ଟ୍ୱେଣ୍ଟି ସିରିଜ୍ ପୂର୍ବରୁ ମଧ୍ୟ ଅନେକ ଥର ଖରାପ ସଟ୍ ଖେଳି ଆଉଟ ହୋଇଛନ୍ତି ପନ୍ତ । ଯାହାକୁ ନେଇ ଅନେକ ସମାଲୋଚନାର ଶିକାର ମଧ୍ୟ ହୋଇଛନ୍ତି । ଷ୍ଟାର୍ ସ୍ପୋର୍ଟସ୍କୁ ସାକ୍ଷାତକାର ଦେଇ ଗାଭାସ୍କର କହିଛନ୍ତି, ‘ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ପ୍ରଥମ ୩ଟି ମ୍ୟାଚରୁ କିଛି ସିଖିଲେନି ପନ୍ତ । ୱାଇଡ୍ ବଲକୁ ଖେଳିବାକୁ ଯାଇ ଶସ୍ତାରେ ୱିକେଟ୍ ଫିଙ୍ଗିକି ଆସିଲେ । ସଟ୍ ଖେଳିବା ବେଳେ ପୁରା ତାକତ୍ ବି ଲଗାଇନଥିଲେ । ଅଫ୍ ଷ୍ଟମ୍ପ ବାହାର ବଲଗୁଡିକୁ ସେ ଜାଣିଜାଣି ବଡ ସଟ୍ ଖେଳିବାରୁ ବିରତ ରହିବାକୁ ହେବ । ବୋଲରମାନେ ଜାଣିଶୁଣି ପନ୍ତଙ୍କୁ ଅଫ୍‌ ଷ୍ଟମ୍ପ ବାହାରେ ବଲ ଦିଅନ୍ତି କିନ୍ତୁ ସେ ତାହାକୁ ବୁଝିବାକୁ ଅକ୍ଷମ ହୁଅନ୍ତି । ଆଉ ଫସିଯାଆନ୍ତି ମଧ୍ୟ ।