ରିଷଭ ପନ୍ତ ଟି-୨୦କ୍ରିକେଟ ଦଳରେ ସ୍ଥାନ ପାଇବା କଷ୍ଟକର: ଜାଫର

ନୂଆଦିଲ୍ଲୀ (ସଂକେତ୍ ଟିଭି) : ସଂପ୍ରତି ଭାରତୀୟ କ୍ରିକେଟ ଦଳର ୱିକେଟ କିପର ରିଷଭ ପନ୍ତ ଟି-୨୦ ଫର୍ମାଟରେ ବିଫଳ ହୋଇ ଚାଲିଥିବା ବେଳେ ଆଗାମୀ ସମୟରେ ସେ ଭାରତୀୟ ଦଳରେ ସ୍ଥାନ ପାଇବା ପାଇଁ ହକଦାର ହୋଇ ପାରିବେ ନାହିଁ । କାରଣ ଗତ ଆଇପିଏଲରେ ପନ୍ତଙ୍କ ପ୍ରଦର୍ଶନ ସନ୍ତୋଷ ଜନକ ହୋଇ ପାରି ନ ଥିବା ବେଳେ ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ବରାବର ବିଫଳ ହୋଇ ଚାଲିଛନ୍ତି ।କାରଣ ଏହି ଫର୍ମାଟ ବ୍ୟାଟିଂରେ ସେ ଏକାଗ୍ରତା ରଖି ପାରୁ ନାହାନ୍ତି । ଆଇପିଏଲରେ ୧୪ ମ୍ୟାଚ ଖେଳି ୩୪୦ ରନ କରିଥିବା ବେଳେ ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜର ୪ ମ୍ୟାଚ ଖେଳି ମୋଟ ୫୧ ରନ ସଂଗ୍ରହ କରିଛନ୍ତି ।

ମୁଖ୍ୟତଃ ଟେଷ୍ଟ କ୍ରିକେଟର ସଫଳତାକୁ ସେ ଟି-୨୦ ଫର୍ମାର୍ଟରେ ରୁପାନ୍ତରୀତ କରି ପାରୁ ନାହାନ୍ତି । ଅନ୍ୟ ପକ୍ଷରେ ପୁରୁଖା ୱିକେଟ କିପର ବ୍ୟାଟର ଦିନେଶ କାର୍ତ୍ତିକ ବର୍ତ୍ତମାନ ଅତି ଭଲ ଫର୍ମରେ ଥିବାରୁ ପନ୍ତଙ୍କ ପରି ଖେଳାଳିଙ୍କୁ ଭାରତୀୟ ଟି-୨୦ ଦଳରେ ସାମିଲ କରିବାର କୌଣସି ଆବଶ୍ୟକତା ପଡିବ ନାହିଁ ବୋଲି ମୁଁ ଅନୁଭବ କରୁଛି । କାରଣ ଭାରତ ଆଗାମୀ ଟି-୨୦ ଓ ଦିନିକିଆ ବିଶ୍ୱକପ ପାଇଁ ଏକ ସନ୍ତୁଳିତ ଦଳ ଗଠନ କରିବାକୁ ଥିବା ବେଳେ ବିଫଳ ଖେଳାଳିଙ୍କୁ ଅଯଥା ଦଳରେ ସାମିଲ କରିବା କ୍ଷତି କାରକ ହୋଇ ପାରେ ବୋଲି ଜାଫର କହିଛନ୍ତି । ସେହିପରି ଇଶାନ କିଶାନ ମଧ୍ୟ ଏହି ଫର୍ମାଟରେ ୱିକେଟ କିପିଂ କରି ପାରିବେ ।