ବାଲେଶ୍ବର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ

ବାଲେଶ୍ବର (ସଂକେତ୍ ଟିଭି) : ବାଲେଶ୍ବର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଦତ୍ତାତ୍ରୟ ଭାଉସାହେବ ସିନ୍ଧେ। ଆଜି(ସୋମବାର) ପୂର୍ବତନ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତିଙ୍କ ଠାରୁ ସେ ଏହି ଦାୟିତ୍ଵ ଗ୍ରହଣ କରିଛନ୍ତି । ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେବା ପରେ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କୁ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀଙ୍କ ପକ୍ଷରୁ ସ୍ବାଗତ କରାଯିବା ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ।

ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେବା ପରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ କହିଛନ୍ତି ଯେ,”ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି କରିବା ସହ ବିଭିନ୍ନ ବିଭାଗ ସହ ସମନ୍ବୟ ରଖାଯାଇ କାର୍ଯ୍ୟ କରାଯିବ । ଜିଲ୍ଲାବାସୀ କିଭଳି ସମସ୍ତ ପ୍ରକାରର ସରକାରୀ ସୁବିଧା ପାଇପାରିବେ ସେ ନେଇ ଦୃଷ୍ଟି ଦେବି ।”

ସୂଚନାଅନୁସାରେ, ୨୦୧୬ ବ୍ୟାଚ୍‌ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ସିନ୍ଦେ ଏହା ପୂର୍ବରୁ ବାଲିଗୁଡା ଉପଜିଲ୍ଲାପାଳ, ବ୍ରହ୍ମପୁର ଉପଜିଲ୍ଲାପାଳ ଓ ଗଞ୍ଜାମ ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି ।ସେଠାରେ ତାଙ୍କ କାର୍ଯ୍ଯକାଳ ସମୟରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରିବା ସହ ସମସ୍ତଙ୍କ ଆସ୍ଥା ଭାଜନ ହୋଇପାରିଥିଲେ । ଅନ୍ୟପଟେ ପୂର୍ବତନ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଏହି ଅବସରରେ ସମସ୍ତ ଅଧିକାରୀ ମାନେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେଇଥିଲେ। ଶ୍ରୀ ଦତାତ୍ରୟ ଭାଉସାହେବ ସିନ୍ଦେ ମହାରାଷ୍ଟ୍ର ରାଜ୍ୟ ଅହମଦନଗରର ବାସିନ୍ଦା ହୋଇଥିବା ବେଳେ ସେ ଇତିହାସରେ ସ୍ନାତକ ଡିଗ୍ରୀ ଲାଭ କରିଛନ୍ତି ।