ଡିଭାଇଡରରେ ପିଟିହେଲା ଦୃତଗାମୀ କାର: ମହିଳା ମୃତ, ତିନି ଗୁରୁତର

ବାଲେଶ୍ବର (ସଂକେତ୍ ଟିଭି) : ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ଗାନ୍ଧିଛକ ଠାରେ ଗୋଟିଏ ଦୃତଗାମୀ କାର ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଆଲୁମିନିୟମ ସେଫ୍ଟି ବାଡ଼କୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ହୋଇଛନ୍ତି ।

ସୂଚନା ଅନୁସାରେ, ଆଜି ସକାଳେ ୬ ଜଣ ଯାତ୍ରୀଙ୍କୁ ନେଇ କୋଲକାତାରୁ ଭୂବନେଶ୍ୱର ଅଭିମୁଖେ ଯାଉଥିବା କାରଟି ଗାନ୍ଧିଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଆଲୁମିନିୟମ ସେଫ୍ଟି ବାଡ଼କୁ ଧକ୍କା ଦେଇଥିଲା । ଗାଡିଟି ଦୃତଗତିରେ ଥିବାରୁ ସେଫ୍ଟି ଆଙ୍ଗେଲ ଭାଙ୍ଗି କାରଟି ଭିତରେ ପଶିଯାଇଥିଲା ।

ଫଳରେ ସେଫ୍ଟି ଆଙ୍ଗେଲରେ ଚାପି ହୋଇ ଘଟଣା ସ୍ଥଳରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲେଶ୍ଵର ମେଡିକାଲ ସ୍ଥାନାନ୍ତର କରାଯାଇଛି ।