ଓଡିଶାରୁ ପଶ୍ଚିମବଙ୍ଗକୁ ଚାଲାଣ କରୁଥିବା ଗୋରୁ ବୋଝେଇ ଟ୍ରକ ଜବତ, ୬୦ରୁ ଅଧିକ ଗୋରୁ ଉଦ୍ଧାର

ବାଲେଶ୍ବର (ସଂକେତ୍ ଟିଭି) : ଓଡିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରାଚାଲାଣ ବେଳେ ପୋଲିସ ଗୋରୁ ବୋଝେଇ ୧୦ଚକିଆ ଟ୍ରକ ଜବତ କରିବା ସହିତ ଡ୍ରାଇଭରକୁ ଅଟକ ରଖିଛି । ଟ୍ରକରୁ ୬୦ରୁ ଅଧିକ ଗୋରୁ ଉଦ୍ଧାର ହୋଇଛି ।

ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ୬୦ନଂ ଜାତୀୟ ରାଜପଥ ଦେଇ ପ୍ରତେକ ଦିନ ଶହ ଗୋରୁ ଟ୍ରକ ମାଧ୍ୟମରେ ଓଡିଶାରୁ ପଶ୍ଚିମବଙ୍ଗକୁ ଚୋରା ହେଉଛି । ଆଜି ଭୋର ସମୟରେ ଏକ ୧୦ଚକିଆ ଟ୍ରକ ଯୋଗେ ୬୦ରୁ ଅଧିକ ଗୋରୁ ବୋଝେଇ କରି ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଥିଲା ବେଳେ ସୁବର୍ଣ୍ଣ ରେଖା ନଦୀ ରାଜଘାଟ ପୋଲ ନାକା ପଏଣ୍ଟ ଅନତି ଦୂରରେ ଗାଡିଟିର ଇଂଜିନ ଖରାପ ହୋଇ ଯାଇଥିଲା ।

ତେବେ ଖବର ପାଇ ନାକା ପଏଣ୍ଟ ପୋଲିସ ଆସି ଡ୍ରାଇଭରକୁ ଅଟକ ରଖି ଜଳେଶ୍ୱର ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ ପହଂଚି ଡ୍ରାଇଭରକୁ ଥାନାକୁ ନେଇ ତଦନ୍ତ ଜାରି ରଖିଛି ।