ଆସିଲା ଆକାଶ ଏୟାର ର ପ୍ରଥମ ବିମାନ, ଆସନ୍ତା ମାସରୁ ଭରିବ ଉଡାଣ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ରାକେଶ ଝୁନଝୁନୱାଲାଙ୍କ ଆକାଶ ଏୟାର କମ୍ପାନୀକୁ ମଙ୍ଗଳବାର ପ୍ରଥମ ବିମାନର ଡେଲିଭରି ମିଳିଛି । ଏଥିସହ କମ୍ପାନୀ ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ଜରୁରୀ ଏୟାର ଅପରେଟ ପରମିଟ୍ ହାସଲ କରିବାର ନିକଟତର ହୋଇଛି । ଆସନ୍ତା ମାସରୁ ଆକାଶ ଏୟାର ଉଡାଣ ଭରିବ ।

ଆକାଶ ଏୟାର ବୋଇଙ୍ଗର ୭୩୭ ମ୍ୟାକ୍ସ ଏୟାରକ୍ରାଫ୍ଟରୁ ୭୨ ବିମାନ ଅର୍ଡର ଦେଇଛି । କମ୍ପାନୀକୁ ଆଜି ପ୍ରଥମ ବିମାନ ମିଳିଛି । ଆଜି ପ୍ରଥମ ବିମାନର ସ୍ୱାଗତ ପାଇଁ କମ୍ପାନୀର ନେତୃତ୍ୱକାରୀ ଦଳ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଉପସ୍ଥିତ ଥିଲେ ।

କମ୍ପାନୀର ସଂସ୍ଥାପକ, ପ୍ରବନ୍ଧ ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ବିନୟ ଦୁବେ କହିଛନ୍ତି ଯେ, ପ୍ରଥମ ବିମାନ ମିଳିବା ଆମ ସମସ୍ତଙ୍କ ପାଇଁ ଖୁସିର ବିଷୟ । ଆମେ ଦେଶର ସବୁଠୁ ଗ୍ରୀନ, ସବୁଠୁ ଭରସାଯୋଗ୍ୟ ଏବଂ ସବୁଠୁ ଶସ୍ତା ଏୟାରଲାଇନ ହେବାର ନିକଟତର ହୋଇଛୁ । ସେ କହିଛନ୍ତି ଆକାଶ ଏୟାର ଦେଶର ବିମାନ ଚଳାଚଳ କ୍ଷେତ୍ରରେ ପ୍ରଗତି ଏବଂ ନୂତନ ଷ୍ଟାଟଅପ ଇକୋସିଷ୍ଟମର ଅନନ୍ୟ ଉଦାହରଣ । ଏହା କେବଳ ବାରତୀୟ ବିମାନ ଚଳାଚଳ ସେକ୍ଟର ପାଇଁ ଉଦାହରଣ ନୁହେଁ ବରଂ ନୂତନ ଭାରତର କାହାଣୀ ।

ବୋଇଙ୍ଗ ଇଣ୍ଡିଆର ସଭାପତି ସଲିଳ ଗୁପ୍ତା କହିଛନ୍ତି, ଆକାଶ ଏୟାର ପ୍ରତିଟି ଭାରତୀୟଙ୍କୁ ଶସ୍ତାରେ ବିମାନ ଯାତ୍ରା ସେବା ଉପଲବ୍ଧ କରାଇବ । ଆମେ ଆକାଶ ଏୟାରର ସହଭାଗିତା ହୋଇ ଗୌରବାନ୍ୱିତ । ଭାରତ ଦୁନିଆର ଦ୍ରୁତ ବୃଦ୍ଧି କରୁଥିବା ଅର୍ଥବ୍ୟବସ୍ଥା ମଧ୍ୟରୁ ଏକ । ଆମେ ଏହାକୁ ନେଇ ଉତ୍ସାହିତ ଯେ, ଉନ୍ନତ ମ୍ୟାକ୍ସ ଆକାଶ ଏୟାର ଗ୍ରାହକଙ୍କୁ ଆକର୍ଷଣୀୟ ଉଡାଣ ଅନୁଭୂତି ପ୍ରଦାନ କରିବ ।