ଟି-୨୦ ବିଶ୍ୱକପ୍ ପର୍ଯ୍ୟନ୍ତ ଟିମ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ପରେ ବି ଭାରତୀୟ ଦଳର ଖେଳାଳିଙ୍କ ପାଇଁ ବିଶ୍ରାମ ନେବାର ସମୟ ବି ନାହିଁ । ଏବେ ଭାରତୀୟ ଦଳର କ୍ରୀଡାସୂଚୀ ବ୍ୟସ୍ତବହୁଳ ରହିଛି । ଟି୦-୨୦ ବିଶ୍ୱକପ୍ ପର୍ଯ୍ୟନ୍ତ ଭାରତକୁ ଲଗାତାର କ୍ରିକେଟ୍‌ ଖେଳିବାକୁ ପଡିବ । ଏଥିରେ ଅଧିକାଂଶ ମୁକାବିଲା ବିଦେଶରେ ଖେଳାଯିବ ।

ସର୍ବପ୍ରଥମେ ଭାରତକୁ ଆୟରଲାଣ୍ଡ ବିପକ୍ଷରେ ଦୁଇଟି ଟି- ୨୦ ମ୍ୟାଚ୍ ଖେଳିବାକୁ ପଡିବ । ପ୍ରଥମ ମୁକାବିଲା ଜୁନ ୨୬ ଏବଂ ଦ୍ୱିତୀୟ ଜୁନ ୨୮ରେ ଖେଳାଯିବ । ଏହି ସିରିଜରେ ଭାରତୀୟ ଦଳର ନେତୃତ୍ୱ ନେବେ ହାର୍ଦ୍ଦିକ ପାଣ୍ଡ୍ୟା । ଏହି ସମୟରେ ଦଳର ବରିଷ୍ଠ ଖେଳାଳି ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ ପାଇଁ ପ୍ରସ୍ତୁତି କରିବେ । ଏହା ପରେ ଭାରତୀୟ ଦଳ ଜୁଲାଇ ୧ରୁ ଜୁଲାଇ ୫ ତାରିଖ ମଧ୍ୟରେ ଗୋଟିଏ ଟେଷ୍ଟ ମ୍ୟାଚ୍‌ ଖେଳିବ । ଗତ ବର୍ଷ କୋଭିଡ୍ କାରଣରୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଶେଷ ଟେଷ୍ଟ ମ୍ୟାଚ୍‌ ଖେଳାଯାଇ ପାରିନଥିଲା । ଏବେ ଅବଶିଷ୍ଟ ସିରିଜର ଗୋଟିଏ ମ୍ୟାଚ୍‌ ଖେଳାଯିବ । ଟେଷ୍ଟ ମ୍ୟାଚ୍ ପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚର ଟି-୨୦ ଏବଂ ଦିନିକିଆ ସିରିଜ୍ ଖେଳାଯିବ । ଭାରତର ଇଂଲଣ୍ଡ ଗସ୍ତ ଜୁଲାଇ ୧୭ରେ ସରିବ ।

ଇଂଲଣ୍ଡ ଗସ୍ତ ପରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ଗସ୍ତ କରିବ । ଏହି ସମୟରେ ଦୁଇ ଦେଶ ମଧ୍ୟରେ ତିନୋଟି ଦିନିକିଆ ଏବଂ ୫ ଟି-୨୦ ମ୍ୟାଚ୍ ଖେଳାଯିବ । ବିଶେଷ କରି ଟି- ୨୦ ସିରିଜର ଶେଷ ଦୁଇଟି ମୁକାବିଲା ଆମେରିକାରେ ଖେଳାଯିବ । ୱେଷ୍ଟଇଣ୍ଡିଜ ଗସ୍ତ ଜୁଲାଇ ୨୨ରେ ଆରମ୍ଭ ହେବ ଏବଂ ଶେଷ ମ୍ୟାଚ୍‌ ଅଗଷ୍ଟ ୭ରେ ଖେଳାଯିବ । ଏସିଆ କପର ସମାପ୍ତି ପରେ ଭାରତୀୟ ଦଳ ନିଜ ଘରେ ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ଟି- ୨୦ ମ୍ୟାଚ ଖେଳିବ । ସଂପ୍ରତି ଏହି ସିରିଜର ତାରିଖ ସ୍ପଷ୍ଟ ହୋଇ ନାହିଁ । ମାତ୍ର ଟି-୨୦ ବିଶ୍ୱ କପ୍ ପୂର୍ବରୁ ଏହା ଆୟୋଜନ ହେବାର ସମ୍ଭାବନା ରହିଛି ।

ଏହା ପରେ ଭାରତୀୟ ଦଳର ସବୁଠୁ ବଡ ପରୀକ୍ଷା ଟି-୨୦ ବିଶ୍ୱ କପ୍ ରହିବ । ଏହା ଅକ୍ଟୋବର- ନଭେମ୍ବରରେ ଅଷ୍ଟ୍ରେଲିଆ ମାଟିରେ ଖେଳାଯିବ । ଦଳର ପ୍ରଥମ ମୁକାବିଲା ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ରହିଛି । ଏହା ଉପରେ ଦୁନିଆର କ୍ରିକେଟ୍ ପ୍ରଶଂସକଙ୍କ ନଜର ରହିଛି । ଭାରତୀୟ ଦଳ ଗତ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ।

ଭାରତର ଇଂଲଣ୍ଡ ଗସ୍ତ
ଜୁନ ୨୪ ରୁ ୨୭- ୱାର୍ମ ଅପ୍ ମ୍ୟାଚ୍ ବନାମ ଲିସେଷ୍ଟସାୟର
ଜୁଲାଇ ୧ରୁ ୫- ପଞ୍ଚମ ଟେଷ୍ଟ, ଆଜବେଷ୍ଟନ
ଜୁଲାଇ ୧ ଟି-୨୦ ୱାର୍ମ ଅପ ମ୍ୟାଚ୍ ବନାମ ଡର୍ବିସାୟର
ଜୁଲାଇ ୩ ଟି-୨୦ ୱାର୍ମ ଅପ ମ୍ୟାଚ୍ ବନାମ ନର୍ଥମ୍ପଟନସାୟର
ଜୁଲାଇ ୭ ପ୍ରଥମ ଟି-୨୦, ଦ ଏଜେସ ବାଉଲ
ଜୁଲାଇ ୯ ଦ୍ୱିତୀୟ ଟି-୨୦, ଏଜବାଷ୍ଟନ
ଜୁଲାଇ ୧୦ ତୃତୀୟ ଟି-୨୦, ଟ୍ରେଣ୍ଟ ବ୍ରିଜ
ଜୁଲାଇ ୧୨ ପ୍ରଥମ ଦିନିକିଆ, ଦ ଓଭାଲ
ଜୁଲାଇ ୧୪ ଦ୍ୱିତୀୟ ଦିନିକିଆ, ଲର୍ଡ୍ସ
ଜୁଲାଇ ୧୭ ତୃତୀୟ ଦିନିକିଆ, ଓଲ୍ଡ ଟ୍ରାଫର୍ଡ

ଭାରତର ୱେଷ୍ଟଇଣ୍ଡିଜ ଗସ୍ତ
ଜୁଲାଇ ୨୨ ପ୍ରଥମ ଦିନିକିଆ, ପୋର୍ଟ ଅଫ ସ୍ପେନ
ଜୁଲାଇ ୨୪ ଦ୍ୱିତୀୟ ଦିନିକିଆ, ପୋର୍ଟ ଅଫ ସ୍ପେନ
ଜୁଲାଇ ୨୭ ତୃତୀୟ ଦିନିକିଆ, ପୋର୍ଟ ଅଫ ସ୍ପେନ
ଜୁଲାଇ ୨୯ ପ୍ରଥମ ଟି-୨୦, ପୋର୍ଟ ଅଫ ସ୍ପେନ
ଅଗଷ୍ଟ ୦୧ ଦ୍ୱିତୀୟ ଟି-୨୦, ସେଣ୍ଟ କିଟ୍ସ ଏବଂ ନେଭିସ
ଅଗଷ୍ଟ ୦୨ ତୃତୀୟ ଟି-୨୦, ସେଣ୍ଟ କିଟ୍ସ ଏବଂ ନେଭିସ୍‌
ଅଗଷ୍ଟ ୬ ଚତୁର୍ଥ ଟି-୨୦, ଫ୍ଲୋରିଡା
ଅଗଷ୍ଟ ୭ ପଞ୍ଚମ ଟି-୨୦, ଫ୍ଲୋରିଡା