ୟଶବନ୍ତ ସିହ୍ନା ହେଲେ ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ବିରୋଧୀ ମେଣ୍ଟଙ୍କ ପକ୍ଷରୁ ୟଶବନ୍ତ ସିହ୍ନାଙ୍କ ନାମକୁ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଘୋଷଣା କରାଯାଇଛି । ମଙ୍ଗଳବାର ଏନ୍‌ସିପି ମୁଖ୍ୟ ଶରଦ ପାଓ୍ୱାରଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଥିଲା ।

ସୂଚନା ଅନୁଯାୟୀ, ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱ ଏନ୍‌ଡିଏ ସରକାରରେ ୟଶବନ୍ତ ସିହ୍ନା କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ପରେ ବିଦେଶ ମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ପରେ ୨୦୧୮ରେ ସେ ବିଜେପି ଦଳ ଛାଡିଥିଲେ ଏବଂ ୨୦୨୧ରେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିଲା । ଗତ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କୁ ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା ।

ସେପଟେ ୟଶବନ୍ତ ସିହ୍ନା ଟ୍ୱିଟ୍‌ କରି କହିଥିଲେ ଯେ, ଟିଏମ୍‌ସି ମୋତେ ଏହି ସମ୍ମାନ ଓ ପ୍ରତିଷ୍ଠା ଦେଇଥିବାରୁ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଦେଉଛି । ଏବେ ସମୟ ଆସିଯାଇଛି କି ରାଷ୍ଟ୍ର ଉଦ୍ଦେଶ୍ୟ ଲାଗି ପାର୍ଟିଠାରୁ ଉର୍ଦ୍ଧ୍ୱରେ ବିରୋଧୀ ଏକତାଙ୍କ ପାଇଁ କାମ କରିବା ।