ଭାଟିକାନ ସିଟିରେ ଖ୍ରୀଷ୍ଟ ଧର୍ମଗୁରୁ ପୋପ୍‌ଙ୍କୁ ଭେଟିଲେ ନବୀନ

ଭୁବନେଶ୍ବର (ସଂକେତ୍ ଟିଭି) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଟିକାନ ସିଟିରେ ପୋପଙ୍କୁ ଭେଟିଛନ୍ତି । ରୋମ ଗସ୍ତ ଅବସରରେ ନବୀନ ପୋପଙ୍କୁ ସାକ୍ଷାତ କରିଛନ୍ତି । ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପୋପଙ୍କୁ ସାକ୍ଷାତ କରିଛନ୍ତି । ଦେଶର ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ପୋପ୍ ହେଉଛନ୍ତି ଅନ୍ୟତମ ।

ସୂଚନା ଥାଉକି, ୨୬ ତାରିଖ ଯାଏ ମୁଖ୍ୟମନ୍ତ୍ରୀ ରୋମରେ ଅବସ୍ଥାନ କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନସଚିବ ସୁରେଶ ମହାପାତ୍ର, ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ, ଖାଦ୍ୟ ଓଯୋଗାଣ ବିଭାଗର ପ୍ରମୁଖ ସଚିବ ଭି.ଭି.ଯାଦବ ଓ ଶିଳ୍ପ ସଚିବ ହେମନ୍ତ ଶର୍ମା ମଧ୍ୟ ବିଦେଶ ଗସ୍ତରେ ଯାଇଛନ୍ତି।

ମୁଖ୍ୟମନ୍ତ୍ରୀ ରୋମସ୍ଥିତ ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମ(ୱାଲର୍ଡ ଫୁଡ୍ ପ୍ରୋଗ୍ରାମ) ମୁଖ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବେ। ୱାଲର୍ଡ ଫୁଡ୍ ପ୍ରୋଗ୍ରାମ ଆମନ୍ତ୍ରଣରେ ମୁଖ୍ୟମନ୍ତ୍ରୀ ରୋମ୍ ଗସ୍ତ କରୁଥିବା ବେଳେ ସେଠାରେ ଓଡ଼ିଶା ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ହାସଲ କରିଥିବା ସଫଳତା ସଂପର୍କରେ ଆଲୋକପାତ କରିବେ।