କରୋନା ସଂକ୍ରମିତ ହେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

ମୁମ୍ବାଇ (ସଂକେତ୍ ଟିଭି) : ମହାରାଷ୍ଟ୍ର ରାଜନୀତିରେ ହଟ୍ଟଚମଟ ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କୋରୋନା ସଂକ୍ରମିତ ହୋଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ପଜିଟିଭ ଚିହ୍ନଟ ହୋଇଥିବା କଂଗ୍ରେସ ନେତା କମଲ ନାଥ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ଅପରାହ୍ନରେ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଡକାଇଛନ୍ତି । କୋଭିଡ ପଜିଟିଭ ଚିହ୍ନଟ ହୋଇଥିବାରୁ ସେ ଭର୍ଚୁଆଲରେ ବୈଠକରେ ଯୋଗ ଦେଇଥିବା ସୂଚନା ମିଳିଛି ।

ଅନ୍ୟପଟେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ କୋରୋନା ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ନିକଟରେ କୋରୋନା ଲକ୍ଷଣ ଦେଖାଦେଇଛି । ବର୍ତ୍ତମାନ କୋଶୟାରୀଙ୍କୁ ଦକ୍ଷିଣ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।