ସୋଭିତାଙ୍କୁ ଡେଟ୍ କରୁଛନ୍ତି ନାଗା ଚୈତନ୍ୟ
ବେଙ୍ଗାଲୁର(ସଂକେତ୍ ଟିଭି) : ସାଉଥ୍ ଷ୍ଟାର୍ ନାଗା ଚୈତନ୍ୟ ଏବଂ ସାମ୍ୟା ଗତ କିଛି ବର୍ଷ ହେବ ଅଲଗା ରହୁଛନ୍ତି । ବିବାହରେ ସମସ୍ୟା ପାଇଁ ଦୁହେଁ ଅଲଗା ହୋଇଯାଇଛନ୍ତି । ଗତ କିଛି ମାସ ତଳେ ଏହି ଖବର ଆସିବା ପରେ ନିରାଶ ହୋଇଥିଲେ ଫ୍ୟାନ୍ସ । ନାଗା ଚୈତନ୍ୟ ଏବଂ ସାମ୍ୟାଙ୍କୁ ଏକାଠି ଦେଖିବାକୁ ପସନ୍ଦ କରୁଥିବା ଲୋକେ ନିରାଶ ହୋଇଥିଲେ । ପରସ୍ପରଠୁ ଅଲଗା ହେବା ଖବର ସାମସ୍ଥା ଏବଂ ନାଗା ଚୈତନ୍ୟ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଥିଲେ । ଏବେ କିନ୍ତୁ ଆଉ ଜଣେ ଅଭିନେତ୍ରୀଙ୍କ ସହ ନାଗା ଚୈତନ୍ୟ ନୂଆ ଲଭ୍ ଲାଇଫ୍ ଆରମ୍ଭ କରିବାକୁ ଯାଉଥିବା ଶୁଣିବାକୁ ମିଳୁଛି ।
ନାଗା ଚୈତନ୍ୟ ଅଭିନେତ୍ରୀ ସୋଭିତା ଧୁଲିପାଲାଙ୍କୁ ଡେଟ୍ କରୁଥିବା ଶୁଣିବାକୁ ମିଳୁଛି । ସୋଭିତାଙ୍କ ସହ ତାଙ୍କୁ ନୂଆ ଘରେ ଦେଖିବାକୁ ମିଳିଛି । ଏଥିସହ ଅନେକ ସମୟରେ ହୁହିଁଙ୍କୁ ବାହାରେ ଡିନରରେ ଯିବାର ମଧ୍ୟ ଦେଖିବାକୁ ମିଳିଛି । ହିନ୍ଦୀ ମାଲାୟଲାମ୍ ଏବଂ ତେଲଗୁ ପିଲ୍ମରେ ଅଭିନୟ କରିଛନ୍ତି ସୋଭିତା । ଫେମିନା ମିସ୍ ଇଣ୍ଡିଆ ଅର୍ଥ ୨୦୧୩ ଟାଇଟେଲ୍ ଜିତିଛନ୍ତି ସୋଭିତା । ୨୦୧୭ ମସିହାରେ ଅକ୍ଟୋବର ୬ ତାରିଖରେ ବିବାହ କରିଥିଲେ ନାଗା ଚୈତନ୍ୟ ଏବଂ ସାମନ୍ଥା ଏହି ବିବାହରେ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏକ ଦମ୍ ଗ୍ରାଣ୍ଡ ୱେଡିଂ କରିଥିଲେ ଦୁହେଁ ।