ବିଶ୍ୱ କ୍ରିକେଟରେ ଭାରତର ବଡ଼ ପ୍ରଭାବ ରହିଛି : ଶାହିଦ ଆଫ୍ରିଦି

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଭାରତ ଏବେ କ୍ରିକେଟର ଦେଶ ପାଲଟି ଯାଇଛି ।ବିଶ୍ୱ କ୍ରିକେଟରେ ଏହାର ବଡ଼ ପ୍ରଭାବ ରହିଛି । ଏହା ପଛର ସବୁଠୁ ବଡ଼ କାରଣ ଏହି ଦେଶ ଖେଳର ସବୁଠୁ ବଡ଼ ବଜାର ପାଲଟି ଯାଇଛି । ଏକଥା କହିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦି । ଆଫ୍ରିଦି ନିକଟରେ ଶେଷ ହୋଇଥିବା ଆଇପିଏଲ୍ ଓ ଏହାର ଅଢ଼େଇ ମାସର ୱିଣ୍ଡୋ ବିଷୟରେ କଥା ହେଉଥିଲେ । ଏହାର ଅନ୍ତରାଷ୍ଟ୍ରୀୟ କ୍ରିକେଟ ସହ ପାକିସ୍ତାନ ଏଫଟିପି କାର୍ଯ୍ୟକ୍ରମ ଉପରେ ବି ପ୍ରଭାବ ପଡ଼ିଛି ।

ପାକିସ୍ତାନର ପୂର୍ବତନ ଏହି ଷ୍ଟାର ଖେଳାଳି କହିଛନ୍ତି କି , ଲିଗ୍ ପାଇଁ ଏତେ ସମୟ ସୀମା ରଖିବା ପାଇଁ ଭାରତର ପ୍ରଭାବ ରହିଛି । ସେ କହିଛନ୍ତି ସବୁକିଛି ମାର୍କେଟ ଓ ଇକୋନୋମିକୁ ଜାଳି ଦେଇଛି । ଆଫ୍ରିଦି ଆହୁରି କହିଛନ୍ତି ଭାରତ ଏହି ସମୟରେ କ୍ରିକେଟ ପାଇଁ ସବୁଠୁ ବଡ଼ ବଜାର ଓ ସେ ଯାହା କହିବେ ତାହା ହେବ ।

ଗତ ସପ୍ତାହରେ ଏହା ଘୋଷଣା କରାଯାଇ ଥିଲା କି, ଆଗାମୀ ୫ ବର୍ଷ ପାଇଁ ଆଇପିଏଲର ପ୍ରସାରଣ ଅଧିକାର ୬.୨ ଡଲାର ବିଲିୟନ ପାଖାପାଖି ବିକ୍ରି ହୋଇଥିଲା । ଏହା ଏହାକୁ ବିଶ୍ୱର ଅନେକ ଖେଳ ମଧ୍ୟରେ ସବୁଠୁ ଧନୀ ଲିଗ୍ ମଧ୍ୟରୁ ଗୋଟିଏ କରିପାରିଛି । ଡିଜନୀ ଷ୍ଟାର ଉପମହାଦ୍ୱୀପରେ ପ୍ରସାରଣ ପାଇଁ ୨୩,୫୭୫ କୋଟି ଟଙ୍କାରେ ଟିଭି ରାଇଟ୍ସ ପାଇଥିବା ବେଳେ ଭାୟାକମ୍ ୧୮ ଏହି କ୍ଷେତ୍ର ପାଇଁ ଡିଜିଟାଲ ରାଇଟ୍ସ ଓ ୩ ବୈଶିକ କ୍ଷେତ୍ର( ଅଷ୍ଟ୍ରେଲିଆ + ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ୟୁକେ)ରେ ପ୍ରସାରଣ ଅଧିକାର ହାସଲ କରିଛି ।