EducationFeaturedLatest

ଭିକାରୀଙ୍କ ସହ ଶୋଉଥିଲେ, କଠିନ ପରିଶ୍ରମରେ ହୋଇଥିଲେ ଆଇପିଏସ୍‌

ନୂଆଦିଲ୍ଲୀ (ସଂକେତ୍ ଟିଭି) :ବିଫଳତା ସଫଳ ହେବାର ରାସ୍ତା ଦେଖାଏ । ବିଫଳତାକୁ ସଫଳତାର ଏକ ଅଂଶ ବୋଲି ଭାବିନେଇଥିଲେ ମନୋଜ କୁମାର ଶର୍ମା । ସେ ଦ୍ୱାଦଶ ଶ୍ରେଣୀରେ ଫେଲ୍ ହୋଇଥିଲେ । ଆର୍ଥିକ ଅନଟନ ପାଇଁ ରାସ୍ତାରେ ଭିକାରୀମାନଙ୍କ ସହ ଶୋଇଥିଲେ । ପରେ କଠିନ ପରିଶ୍ରମ ଦ୍ୱାରା ଦେଲେ ଆଇପିଏସ୍ ହୋଇଥିଲେ । ମଧ୍ୟପ୍ରଦେଶର ମୁରେନା ରହୁଥିବା ମନୋଜ ଶର୍ମା ପିଲାଦିନରୁ ଆଇଏଏସ୍ ଅଧିକାରୀ ହେବାକୁ ଚାହୁଁଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ସେ ଦ୍ୱାଦଶ ଶ୍ରେଣୀରେ ଫେଲ ହୋଇଥିଲେ ।

କେବଳ ଏତିକି ନୁହେଁ, ସେ ନବମ ଓ ଦଶମ ଶ୍ରେଣୀରେ ଥାର୍ଡ ଡିଭିଜନ ମଧ୍ୟ ପାଇଥିଲେ । ଦ୍ୱାଦଶ ଶ୍ରେଣୀରେ, ମନୋଜ ହିନ୍ଦୀ ବ୍ୟତୀତ ସମସ୍ତ ବିଷୟଗୁଡିକରେ ଫେଲ ହୋଇଥିଲେ । ତଥାପି, ଅନେକ ଅସଫଳତା ପାଇବା ପରେ ମଧ୍ୟ ମନୋଜ ନିଜ ଉପରେ ବିଶ୍ୱାସ ହରାଇ ନଥିଲେ । ସେ ନିଜ ଲକ୍ଷ୍ୟରୁ ଓହରି ନଥିଲେ ଏବଂ ଦେଶର ସମ୍ମାନଜନକ ପରୀକ୍ଷା ପାଇଁ ୟୁିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।

ଅନ୍ୟପଟେ ମନୋଜ ତାଙ୍କ ଜୀବନୀ କାହାଣୀକୁ ନେଇ ଏକ ପୁସ୍ତକରେ ଲେଖିଛନ୍ତି । ତାଙ୍କର ଏହି ପୁସ୍ତକର ନାମ ହେଉଛି ‘ଟୁଏଲ୍‌ଭ ଫେଲ୍‌’ । ଏଥିରେ ସେ କହିଛନ୍ତି ଯେ ପାଠପଢା ସମୟରେ ସେ ଗ୍ୱାଲିଅରରେ ମଧ୍ୟ ଏକ ଅଟୋ ଚଳାଇଥିଲେ । ତାଙ୍କ ଘରର ଅବସ୍ଥା ସେତେବେଳେ ଏତେ ଖରାପ ଥିଲା ଯେ ତାଙ୍କ ଘରେ ଛାତ ମଧ୍ୟ ନଥିଲା । ଏହି କାରଣରୁ ତାଙ୍କୁ ଭିକାରୀମାନଙ୍କ ସହିତ ମଧ୍ୟ ଶୋଇବାକୁ ମଧ୍ୟ ପଡିଲା । ସେ ବହୁ କଷ୍ଟ ଅଭାବ ଭିତରେ ଗତି କରିଛନ୍ତି । କିନ୍ତୁ ତାଙ୍କର କଠିନ ସଂଘର୍ଷ ତାଙ୍କୁ ଉଚ୍ଚ ଶୀର୍ଷକୁ ପହଞ୍ଚାଇଛି ।

ଦ୍ୱାଦଶ ଶ୍ରେଣୀରେ ପଢୁଥିବା ବେଳେ ମନୋଜ ଏକ ଝିଅକୁ ଭଲ ପାଉଥିଲେ । କିନ୍ତୁ ସେ ତାଙ୍କ ସାମ୍ନାରେ ନିଜ ପ୍ରେମକୁ କେବେ ବି ପ୍ରକାଶ କରି ପାରି ନଥିଲେ । ସେ ଭୟ କରୁଥିଲେ ଯେ ଦ୍ୱାଦଶରେ ଫେଲ୍ ହୋଇଥିବାରୁ ତାଙ୍କ ପ୍ରେମକୁ ପ୍ରତ୍ୟାଖ୍ୟାନ ନ କରି ଦେଉ । ହେଲେ ଶେଷରେ ସେ ଝିଅଟି ସାମ୍ନାରେ ନିଜର ପ୍ରେମ ବ୍ୟକ୍ତ କରିଥିଲେ । କିନ୍ତୁ ଝିଅକୁ ପ୍ରସ୍ତାବ ଦେଇ ସେ କହିଥିଲେ ଯେ ଯଦି ତୁମେ ହଁ କର ଏବଂ ମୋତେ ସମର୍ଥନ କର, ତେବେ ମୁଁ ସମଗ୍ର ବିଶ୍ୱକୁ ଓଲଟାଇ ରଖି ଦେବି ।

ଏହା ପରେ ମନୋଜ କଠିନ ପରିଶ୍ରମ କଲେ ଏବଂ ସବୁକିଛି ସଫଳ ହେଲା । ସେ ୟୁପିଏସ୍‌ସି ପରୀକ୍ଷା ଦେଇ ସଫଳତା ପାଇଲେ । ସେ ୨୦୦୫ ବ୍ୟାଚ୍‌ରେ ମହାରାଷ୍ଟ୍ର କ୍ୟାଡରରୁ ଆଇପିଏସ୍ ହୋଇଥିଲେ । ମନୋଜ ଜୀବନରେ ଅନେକ ବିଫଳତା ଦେଖିବା ପରେ ମଧ୍ୟ ସାହସ ନହାରି ନିଜର ପରିଚୟ ସୃଷ୍ଟି କରିଥିଲେ ।