ବନ୍ଧା ହେଲେ ଆଇଏଏସ୍‌ ଅଫିସର

ନୂଆଦିଲ୍ଲୀ (ସଂକେତ୍ ଟିଭି ) : ଦୁର୍ନୀତି ଅଭିଯୋଗରେ ଉତ୍ତରାଖଣ୍ଡର ଜଣେ ଆଇଏଏସ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଏଏସ ଅଫିସର ରାମ ବିଳାସଙ୍କୁ ଚାକିରିରୁ ନିଲମ୍ବିତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି । ରାମ ବିଳାସଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ରାମ ବିଳାସଙ୍କୁ ଚକାରିରୁ ନିଲମ୍ବିତ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଭିଜିଲାନ୍ସ ନିର୍ଦ୍ଦେଶକ ଅମିତ ସିହ୍ନା କହିଛନ୍ତି । ଚଳିତ ଜୁନ୍‌ ମାସରେ ଭିଜିଲାନ୍ସ ବିଭାଗ ପକ୍ଷରୁ ରାମ ବିଳାସଙ୍କର ବିଭିନ୍ନ ସ୍ଥାନରେ ଥିବା ସମ୍ପତ୍ତି ଉପରେ ରେଡ୍‌ କରାଯାଇଥିଲା । ଲକ୍ଷ୍ନୌ ଏବଂ ଡେରାଡୁନରେ ଥିବା ବାସଭବନ ସହ ୪ଟି ସ୍ଥାନରେ ଚାଉ କରାଯାଇଥିଲା । ତା’ପୂର୍ବରୁ ଏପ୍ରିଲ୧୯ରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ପୂର୍ବରୁ ଭିଜିଲାନ୍ସ ପକ୍ଷରୁ ରାମ ବିଳାସଙ୍କୁ ସମନ କରାଯାଇଥିଲା । କିନ୍ତୁ ସେ ବାରମ୍ବାର ଆଡ଼େଇ ରହିଯାଉଥିଲେ । ରାମବିଳାସ ପୂର୍ବରୁ ଲକ୍ଷ୍ନୌ ଉନ୍ନୟନ ଅଥରିଟିର ସଚିବ ଥିଲେ । ବର୍ତ୍ତମାନ ସେ ଉତ୍ତରାଖଣ୍ଡର ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଅଛନ୍ତି ।