ଖୁବ୍‌ଶୀଘ୍ର ଦେଶରେ ଇ-ପାସପୋର୍ଟ ସେବାର ଶୁଭାରମ୍ଭ

ନୂଆଦିଲ୍ଲୀ (ସଂକେତ ଟିଭି): ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଶୁକ୍ରବାର ପାସ୍‌ପୋର୍ଟ ସେବା ଦିବସ ଅବସରରେ ଦେଶବାସୀଙ୍କୁ ବାର୍ତ୍ତା ଦେଇ କହିଛନ୍ତି କି କେନ୍ଦ୍ର ସରକାର ଭାରତୀୟ ନାଗରିକଙ୍କ ବିଦେଶ ଯାତ୍ରାକୁ ଆହୁରି ସହଜ କରିବାକୁ ଯାଉଛନ୍ତି । ସେ କହିଛନ୍ତି ସରକାର ଖୁବ୍‌ଶୀଘ୍ର ଦେଶରେ ଇ- ପାସପୋର୍ଟର ଶୁଭାରମ୍ଭ କରିବେ । ଏହି ପାସ୍‌ପୋର୍ଟ ଜାରି କରିବାର ମୂଳ କାରଣ ହେଉଛି ଯାତ୍ରୀଙ୍କ ଯାତ୍ରାକୁ ଅଧିକ ସୁରକ୍ଷା ଓ ସହଜ କରିବା ।

ଚୋରା ପରିଚୟ ଓ ଡାଟା ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ରୀୟ ପାସ୍‌ପୋର୍ଟ ସଂଗଠନ ସହ ବୈଦେଶିକ ମନ୍ତ୍ରାଳୟ ଏହା ଉପରେ କାର୍ଯ୍ୟ ଆରମ୍ଭ କରିଦେଇଥିବା ସେ କହିବା ସହ ଭାରତୀୟ ନାଗରିକଙ୍କୁ ନିର୍ଦ୍ଧାରିତ ସମୟରେ, ବିଶ୍ୱସନୀୟତା ଉପରେ, ପାରଦର୍ଶିତା ଓ କୁଶଳତା ଭିତ୍ତିରେ ପାସପୋର୍ଟ ସମ୍ବନ୍ଧିତ ସେବା ପ୍ରଦାନ କରିବା ଉପରେ ଆମେ ଆମର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିବୁ ।