ନିଜ ପାଖରେ ବନ୍ଧୁକ ରଖିବା ମୌଳିକ ଅଧିକାର

ୱାଶିଂଟନ୍‌ (ସଂକେତ ଟିଭି): ସାଥିରେ ‘ହ୍ୟାଣ୍ଡଗନ୍‌’ଟିଏ (ପିସ୍ତଲ୍‌) ନେଇ ସର୍ବସାଧାରଣ ସ୍ଥାନକୁ ଯିବା ପାଇଁ ଆମେରିକୀୟମାନଙ୍କର ମୌଳିକ ଅଧିକାର ଅଛି ବୋଲି ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ସୁପ୍ରିମ୍‌ କୋର୍ଟ ରାୟ ଦେଇଛନ୍ତି । ସମଗ୍ର ଆମେରିକାରେ ବନ୍ଧୁକଜନିତ ହିଂସାକାଣ୍ଡ ବୃଦ୍ଧି ପାଉଥିବା ବେଳେ ଦେଶର ସର୍ବୋଚ୍ଚ ଅଦାଲତ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ସୁପ୍ରିମ୍‌କୋର୍ଟଙ୍କର ଏହି ନିଷ୍ପତ୍ତି ଶତାଧିକ ବର୍ଷ ପୁରାତନ ନ୍ୟୁୟର୍କ ଆଇନକୁ ଅସିଦ୍ଧ କରିଛି ।

ଉକ୍ତ ପୁରାତନ ଆଇନ ଅନୁସାରେ, ଆତ୍ମରକ୍ଷା ନିମନ୍ତେ ଅଥବା ସେଭଳି କୌଣସି ଉପଯୁକ୍ତ କାରଣ ଥିବା ଦର୍ଶାଇ ପାରିଲେ ଯାଇ ଜଣେ ନାଗରିକଙ୍କୁ ‘ହ୍ୟାଣ୍ଡ୍‌ ଗନ୍‌’ ନେଇ ଘରୁ ବାହାରକୁ ଯିବାକୁ ‘ପର୍ମିଟ୍‌’ ମିଳେ । ଆମେରିକା ସୁପ୍ରିମ୍‌କୋର୍ଟ କାଲିଫର୍ଣ୍ଣିଆ ସମେତ ଅନ୍ୟ କେତେକ ପ୍ରଦେଶରେ ଉପରୋକ୍ତ ଆଇନ ଲାଗୁ କରାଯାଇଥିବାରୁ କୋର୍ଟଙ୍କ ଗତକାଲିର ରାୟ ସେମାନଙ୍କ କ୍ଷମତାକୁ ସଙ୍କୁଚିତ କରି ପକାଇବ ।

ସେହିପରି, ‘ଡେମୋକ୍ରାଟିକ୍‌’ ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ଅଦାଲତଙ୍କ ନିଷ୍ପତ୍ତିକୁ ଭୁଲ୍‌ ବୋଲି ଦର୍ଶାଇ କହିଛନ୍ତି, ଏହି ରାୟ ଉଭୟ ସାଧାରଣ ଜ୍ଞାନ ଏବଂ ସମ୍ବିଧାନର ବିରୁଦ୍ଧାଚରଣ କରୁଥିବାରୁ ଆମ ସମସ୍ତଙ୍କୁ ଅଡୁଆରେ ପକାଇବ । ଆମେରିକୀୟମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ଆମକୁ ଅଳ୍ପ ନୁହେଁ, ଆମକୁ ସମାଜ ଦିଗ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିବ । ବନ୍ଧୁକ ଆକ୍ରମଣରୁ ସୁରକ୍ଷା ପାଇବା ପାଇଁ ସମଗ୍ର ଦେଶବାସୀଙ୍କୁ ସ୍ୱର ଉତ୍ତୋଳନ କରିବା ଲାଗି ମୁଁ ନିବେଦନ କରୁଛି ବୋଲି ସେ କହିଛନ୍ତି ।