ଲିକ୍ ହେଲା ବରୁଣ-କିଆରାଙ୍କ ଫିଲ୍ମ “ଜୁଗ୍ ଜୁଗ୍ ଜିଓ’

ମୁମ୍ବାଇ (ସଂକେତ ଟିଭି): ବରୁଣ ଧାୱନ ଏବଂ କିଆରା ଆଡଭାନୀଙ୍କ ଫିଲ୍ମ “ଜୁଗ ଜୁଗ ଜିଓ’ ରିଲିଜ ହେବାର କିଛି ଘଣ୍ଟା ପରେ ଇଣ୍ଟରନେଟରେ ଏହା ଲିକ ହୋଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ରାଜ୍ ମେହେତାଙ୍କ ନିର୍ଦ୍ଦେଶିତ ଏହି ପୁରା ଫିଲ୍ମ ତାମିଲ ରକର୍ସ ନାମକ ଏକ ୱେବସାଇଟରେ ଅପଲୋଡ ହୋଇଛି । ଏହା ବ୍ୟତୀତ ଫିଲ୍ମ ରୁଲ୍‌ ନାମକ ୱେବସାଇଟରେ ଏହି ଫିଲ୍ମର ଲିକ୍ ହେବାର ଖବର ଆସିଛି ।

ଫିଲ୍ମଟି ଇଣ୍ଟରନେଟରେ ଲିକ୍ ହେବା ପରେ ଫିଲ୍ମ ର୍ନିମାତାଙ୍କ ପାଇଁ ଏକ ବଡ ସମସ୍ୟା ହୋଇପାରେ ବୋଲି କୁହାଯାଉଛି । କାରଣ ଏହା ସିଧାସଳଖ ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିବା ବୋଲି ଆଶା ରଖାଯାଇଛି । କାରଣ ବରୁଣ ଧାୱନ ଏବଂ କିଆରା ଆଡଭାନୀଙ୍କ ଫିଲ୍ମ “ଜୁଗ୍ ଜୁଗ୍‌ ଜିଓ’ ରେ ୮.୨ ରେଟିଂ ପାଇଛି ଏବଂ ଦର୍ଶକମାନେ ମଧ୍ୟ ଏହି ଫିଲ୍ମକୁ ଖୁବ୍ ପସନ୍ଦ କରୁଛନ୍ତି ।

ବରୁଣ ଧାୱନ ଏବଂ କିଆରା ଆଡଭାନୀଙ୍କ ଅଭିନୀତ ଜଗ୍‌ ଜଗ୍ ଜିଓ ବକ୍ସ ଅଫିସରେ ପ୍ରଥମ ଦିନ ହିଁ ଧମାଲ କରିଛି । ଏହା ପାଖାପାଖି ୮ ରୁ ୯ କୋଟି ବ୍ୟବସାୟ କରିଛି । ଏହା ସହ ବିଶ୍ୱାସ କରାଯାଉଛି କି ଆଗାମୀ ଦିନରେ ଏାହ ଭଲ କଲେକ୍ସନ କରିବ । ଦ୍ୱିତୀୟ ଦିନରେ ଫିଲ୍ମର ବ୍ୟବସାୟ ୩୦ପ୍ରତିଶତ ଏବଂ ତୃତୀୟ ଦିନରେ ୨୦ ପ୍ରତିଶତ ବୃଦ୍ଧି ହୋଇପାରେ ବୋଲି କହିଛନ୍ତି ।