ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ବଦଳିବେ ବିଜେପି ବିଧାୟକ ଦଳ ନେତା

ଭୁବନେଶ୍ବର (ସଂକେତ ଟିଭି): ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ବିରୋଧୀ ଦଳ ନେତା ବଦଳିବେ । ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଶାରୀରିକ ଅସୁସ୍ଥତା କାରଣରୁ ଅନୁପସ୍ଥିତ ରହୁଥିବାରୁ ଦଳକୁ ବିଧାନସଭାରେ ସଠିକ୍ ଗୁରୁତ୍ବ ମିଳୁନାହଁ । ବଜେଟ ଅଧିବେଶନ ପୂର୍ବରୁ ନୂଆ ବିରୋଧୀ ଦଳ ନେତା ଦେବା ପାଇଁ ବିଜେପି ବିଧାୟକ ଗଣ ଦିଲ୍ଲୀରେ ଜେପି ନଡ୍ଡାଙ୍କୁ ଭେଟି ପ୍ରସ୍ତାବ ରଖିଛନ୍ତି ।

ଏହା ସହିତ ବିଧାୟକ ମାନେ ରାଜ୍ୟ ସଭାପତିଙ୍କୁ ମଧ୍ୟ ଅବଗତ କରିଛନ୍ତି । ତେବେ ଉଭୟ ନେତା ଏହି ବଜେଟ ଅଧିବେଶନ ପୂର୍ବରୁ ନୂଆ ବିରୋଧୀ ଦଳ ନେତା ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଆମ ଦଳରେ ୨୨ ବିଧାୟକ ଅଛନ୍ତି, ସେଥି ମଧ୍ୟରେ ଅନେକ ବରିଷ୍ଠ ଓ ଅଭିଜ୍ଞ ନେତା ଅଛନ୍ତି । ସେମାନଙ୍କ ମଧ୍ୟରୁ ଯାହାକୁ କଲେ ଚଳିବ ବୋଲି ବିଜେପି ବିଧାୟିକା କୁସୁମ ଟେଟେ କହିଛନ୍ତି । ତେବେ ବିରୋଧୀ ଦଳ ନେତା ଦୌଡରେ ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ଏବଂ ମୋହନ ଚରଣ ମାଝିଙ୍କ ନାମ ଆଗରେ ରହିଥିବା ଜଣାପଡିଛି ।