ଗୋଟିଏ ଡାଳରେ ଫାଶି ଲଗାଇ ଝୁଲି ପଡିଲେ ଯୁବକ-ଯୁବତୀ

ବାରିପଦା (ସଂକେତ ଟିଭି ) ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ଥାନା ଅନ୍ତର୍ଗତ ମାକୁନ୍ଦ ଜଙ୍ଗଲରେ ଗୋଟିଏ ଗଛରେ ଯୁବକ ଯୁବତୀଙ୍କ ମୃତ ଦେହ ଝୁଲୁଥିବା ଦେଖିବାକୁ ମିଳିଛି । ମୃତ ଯୁବକଙ୍କ ପରିଚୟ ମିଳିଥିବା ବେଳେ ଯୁବତୀଙ୍କ ମିଳିପାରି ନାହିଁ। ଦୁହେଁ ପ୍ରେମିଯୁଗଳ ହୋଇଥିବା ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏନେଇ ତଦନ୍ତ ଆରମ୍ଭ କରିଛି।

ଆଜି ଅପରାହ୍ନରେ ମାକୁନ୍ଦ ଗ୍ରାମର କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ ଏହି ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଯୁବକଙ୍କ ଘର ଠାରୁ ଏହି ଜଙ୍ଗଲ ପ୍ରାୟ ତିନି କିଲୋମିଟର ହେବ। ଦୁହେଁ କିଭଳି ଏବଂ କେଉଁ ପରିସ୍ଥିତିରେ ଜଙ୍ଗଲରେ ପହଞ୍ଚିଲେ, ସେମାନେ ଆତ୍ମହତ୍ୟା କରିଛନ୍ତି ନା କେହି ସେମାନଙ୍କୁ ହତ୍ୟା କରି ଟାଙ୍ଗୀ ଦେଇଛନ୍ତି ସେନେଇ ପୋଲିସ ତଦନ୍ତ ଚଳାଇଛନ୍ତି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ବିଭିନ୍ନ ପ୍ରକାର ତଥ୍ୟପ୍ରମାଣ ଜବତ କରି ନେଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଏବଂ ମୃତକଙ୍କ ପରିବାର ଲୋକଙ୍କୁ ପଚରାଉଚରା ପରେ ପ୍ରକୃତ କଥା ଜଣାପଡ଼ିବ ବୋଲି ପୋଲିସ କହିଛି।