ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାମରେ ବନ୍ଧୁ ହତ୍ୟା ଅଭିଯୋଗ

ଭୁବନେଶ୍ବର (ସଂକେତ ଟିଭି): ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାମରେ ବନ୍ଧୁ ହତ୍ୟା ଅଭିଯୋଗ ଆସିଛି । ସେ ତାଙ୍କ ବନ୍ଧୁ ଆନନ୍ଦ ଟପ୍ପୋଙ୍କ ଗତ ଫେବୃଆରୀମାସରେ ହତ୍ଯା କରିଥିବା ଅଭିଯୋଗ ଆଣିଛନ୍ତି ଆନନ୍ଦଙ୍କ ପରିବାର ଲୋକେ । ଏହା ସହିତ ଅନ୍ତର୍ଜାତୀୟ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଆନନ୍ଦଙ୍କ ରହସ୍ୟମୟ ମୃତ୍ୟୁ ଘଟଣାର ତଦନ୍ତକୁ ପ୍ରଭାବିତ କରିବା ସମ୍ଭାବନା ଥିବା ମୃତ ଆନନ୍ଦଙ୍କ ବାପା ଅଭିଯୋଗ କରିଛନ୍ତି ।

ମୃତ ଆନନ୍ଦ ଟପ୍ପୋଙ୍କ ବାପାଙ୍କ କହିବାନୁଯାୟୀ, ଚଳିତ ବର୍ଷ ଆନନ୍ଦ ଟପ୍ପୋ ବିବାହ କରିଥିଲେ । କିଛି ଦିନ ପରେ ଫେବ୍ରୁଆରୀ 27ରେ ସେ ତାଙ୍କ ଦୁଇ ବନ୍ଧୁ ଚୁନା ସିଂ ଓ ସୁନନ୍ଦ ଟିକରେଙ୍କ ସହ ଭୁବନେଶ୍ବର ଯାଇଥିଲେ । ସେଠାରେ ପହଞ୍ଚିବା ପରେ ସେ ତାଙ୍କ ଅନ୍ୟ ସାଙ୍ଗଙ୍କୁ ଭେଟିବାକୁ କହିଥିଲେ । ପରଦିନ ଭୁବନେଶ୍ବର ଇନଫୋସିଟି ଏକ ଫ୍ଲାଟରୁ ଝୁଲନ୍ତା ଅବସ୍ଥାରେ ଆନନ୍ଦଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏ ନେଇ ଆନନ୍ଦଙ୍କ ପରିବାରକୁ ବୀରେନ୍ଦ୍ର ଜଣାଇଥିଲେ । ବୀରେନ୍ଦ୍ର ଓ ଅନ୍ୟ ବନ୍ଧୁ ମଞ୍ଜିତ ତାଙ୍କୁ ଡାକ୍ତରଖାନା ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଘଟଣ ପୂର୍ବରୁ ସକାଳ ପାଖାପଖି 9ଟା40 ଓ 9ଟା 50ରେ ଆନନ୍ଦ ତାଙ୍କ ପତ୍ନୀ ଓ ମାଆଙ୍କ ସହିତ କଥା ହୋଇଥିଲେ ।

ବୀରେନ୍ଦ୍ର ଲାକ୍ରା ପୂର୍ବତନ ଭାରତୀୟ ହକି ଉପ-ଅଧିନାୟକ ଏବଂ ଅଲମ୍ପିକ୍‌ ବ୍ରୋଞ୍ଜ ମେଡାଲ ବିଜେତା ଭାରତୀୟ ହକି ଟିମର ସଦସ୍ୟ ରହିଛନ୍ତି । ଫେବ୍ରୁଆରୀ 17ରେ ସେ ଓଡିଶା ପୋଲିସରେ ଡିଏସପି ଭାବେ ଯୋଗ ଦେଇଛନ୍ତି ।