ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁବାଇ ବିଜନେସ ମିଟ୍‌ରେ ଯୋଗ ଦେବେ ଓଡ଼ିଶାର ୨ ନେତା

ଭୁବନେଶ୍ବର (ସଂକେତ ଟିଭି): ଆସନ୍ତା ୨୯ ତାରିଖରେ ଦୁବାଇରେ ହେବାକୁ ଥିବା ବିଜନେସ୍‌ ମିଟରେ ଓଡ଼ିଶାର ୨ ନେତା ଯୋଗ ଦେବେ । ଖାଦ୍ୟଯୋଗାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ବିଧାୟକ ଦେବୀ ମିଶ୍ର ପୂର୍ବରୁ ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀଙ୍କ ସହ ବିଜନେସ ମିଟ୍‌ରେ ଯୋଗଦେବେ । ଏ ନେଇ ସେମାନେ ସୋମବାର ସକାଳୁ ଭୁବନେଶରରୁ ଦିଲ୍ଲୀ ବାହାରିଥିଲେ। ଅପରାହ୍ନ ୪ଟାରେ ଦୁଇ ମନ୍ତ୍ରୀ ଦିଲ୍ଲୀରୁ ଦୁବାଇ ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି।

ସୂଚନାନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋମ ଯାତ୍ରା ସାରି ଦୁବାଇ ଗସ୍ତ କରିଛନ୍ତି । ବିଜନେସ ମିଟ ସହିତ ପ୍ରବାସୀ ଓଡ଼ିଆଙ୍କ ସହ ସାକ୍ଷତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।