ସମସ୍ତେ ତାଜୁବ, ଘଣ୍ଟା ପ୍ରତି ୨୦୦ କିମି ବେଗରେ ବୋଲିଂ କଲେ ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ (ସଂକେତ ଟିଭି): ରବିବାର ଦିନ ଭାରତ-ଆୟର୍ଲାଣ୍ଡ ମଧ୍ୟରେ ପ୍ରଥମ ଟି୨୦ ମୁକାବିଲା ଖେଳାଯାଇଥିବାବେଳେ ଏହି ମ୍ୟାଚରେ ଏପରି କିଛି ହୋଇଥିଲା ଯାହା ଫ୍ୟାନ୍ସଙ୍କୁ ଚକିତ କରିଥିଲା । ଭାରତୀୟ ବୋଲର ଭୁବନେଶ୍ୱର କୁମାର ବୋଲିଂ ପାଇଁ ଆସିଥିଲେ । ସେ ଘଣ୍ଟା ପ୍ରତି ୨୦୦ କିମିରୁ ଅଧିକ ବେଗରେ ବୋଲିଂ କରିଥିବା ସ୍କ୍ରିନରେ ଦେଖାଯାଇଥିଲା । ଯାହା ଦେଖି ସମସ୍ତେ ତାଜୁବ ହୋଇଯାଇଥିଲେ ।

ରିପୋର୍ଟ ଅନୁସାରେ, ମ୍ୟାଚର ସ୍ପିଡୋ ମିଟରରେ କିଛି ତ୍ରୁଟି ଥିଲା । ଭାରତ ମ୍ୟାଚରେ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଭୁବନେଶ୍ୱର କୁମାର ପ୍ରଥମ ଓଭର ବୋଲିଂ କରିଥିଲେ । ସେ ପାଳିର ପ୍ରଥମ ବଲ ଘଣ୍ଟା ପର୍ତି ୨୦୧ କିମି ଓ ଏହାପରେ ଏକ ବଲ ଘଣ୍ଟା ପ୍ରତି ୨୦୮ କିମି ବେଗରେ ପିଙ୍ଗିଥିବା ଦେଖିବାକୁ ମିଳିଥିଲା ।