ବେଳାଭୂମିରେ ପଡିଛି ମୁଣ୍ଡବିହୀନ ଶବ, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ବାଲିଆପାଳ (ଉମାକାନ୍ତ ନାୟକ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ବାଲିବିଲ ଗାଁ ନିକଟସ୍ଥ ସମୁଦ୍ର ବେଳାଭୂମିରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ସ୍ଥାନୀୟ ଲୋକେ ଆଜି ଜଣେ ଯୁବକଙ୍କ ମୁଣ୍ଡ ବିହୀନ ମୃତ ଶରୀର ବେଳାଭୂମୀ ଉପରେ ପଡିଥିବାର ଦେଖିବାକୁ ପାଇଥିଲେ। ମୃତଦେହ ଦେଖି ସଙ୍ଗେ ସଙ୍ଗେ ବାଲିଆପାଳ ଥାନାକୁ ଖବର ଦେଇଥିଲେ । ବାଲିଆପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି। ମୁଣ୍ଡ ନଥିବାରୁ ମୃତ ବ୍ୟକ୍ତି କିଏ ତାହା ଜଣାପଡିନି । ଯୁବକଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ତଦନ୍ତ ପରେ ଯୁବକ ଜଣଙ୍କ କିଏ । କେମିତି ତାଙ୍କ ମୃତ୍ୟୁ ଘଟିଲା ତାର ଗୁମର ଫିଟିବ ବୋଲି ପୋଲିସ କହିଛି।