ରାଜସ୍ଥାନରେ ମିଳିଲା ୟୁରାନିୟମର ବଡ଼ ଭଣ୍ଡାର

ଜୟପୁର (ସଂକେତ ଟିଭି): ଝାଡଖଣ୍ଡ ଏବଂ ଆନ୍ଧ୍ର ପ୍ରଦେଶ ପରେ ରାଜସ୍ଥାନରେ ୟୁରାନିୟମର ବିଶାଳ ଭଣ୍ଡାର ମିଳିଛି । ସୀକର ଖଣ୍ଡେଲା ଅଞ୍ଚଳରେ ଖନନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଠାରେ ୧୦୮୬.୪୬ ହେକ୍ଟର ଅଞ୍ଚଳରେ ୧୨ ମିଲିୟନ ଟନ ୟୁରାନିୟମ ଏବଂ ଏହାସହ ଏହାର ସହଯୋଗୀ ଖଣିଜ ମିଳିବା ପରେ କେନ୍ଦ୍ର ସରକାର ବେଶ ଆକ୍ଟିଭ ହୋଇଛନ୍ତି । ଏହାଦ୍ୱାରା ରୋଜଗାରଠୁ ଆରମ୍ଭ କରି ନିବେଶର ରାସ୍ତା ପ୍ରଶସ୍ତ ହେବ ।

ଅନ୍ୟପଟେ ୟୁରାନିୟମର ଗୁଣବତ୍ତା ଆଧାରରେ ଏହାର ପ୍ରୟୋଗ ପରମାଣୁ ଅସ୍ତ୍ର ନିର୍ମାଣ କରାଯିବ ନା ନାହିଁ ତାର ନିଷ୍ପତ୍ତି ନିଆଯିବ । ଏହାସହ ପରମାଣୁ ବୋମାରେ ୟୁରାନିୟମର ଉପଯୋଗ କରିବା ପାଇଁ ଅନେକ ବୈଜ୍ଞାନିକ ପରୀକ୍ଷଣ କରିବାକୁ ପଡିଥାଏ । ଖନନ ପାଇଁ ରାଜସ୍ଥାନ ସରକାର ରବିବାର ଏଲଓଆଇ( ଲେଟର ଅଫ୍‌ ଇଣ୍ଟେଟ) ଜାରି କରିଛନ୍ତି ।

ଏହାସହ ୟୁରାନିୟମ ମାଇନିଂ ଉଦ୍ୟୋଗରେ ରାଜସ୍ଥାନର ପ୍ରବେଶ ହୋଇଛି । ୟୁରାନିୟମ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ୍ ପ୍ରାୟ ୩ ହଜାର କୋଟି ଟଙ୍କା ନିବେଶ କରିବ । ପ୍ରାୟ ୩ ହଜାର ଲୋକଙ୍କୁ ପ୍ରତ୍େୟକ୍ଷ ଏବଂ ପରୋକ୍ଷ ଭାବେ ରୋଜଗାର ମିଳିବ । ରାଜ୍ୟର ଖଣି ବିଭାଗର ଅତିରିକ୍ତ ସଚିବ ସୁବୋଧ ଅଗ୍ରୱାଲ କହିଛନ୍ତି, ରାଜସ୍ଥାନ ସରକାର ସୀକର ନିକଟ ଖଣ୍ଡେଲା ତହସିଲ ଅନ୍ତର୍ଗତ ରୋହିଲରେ ୟୁରାନିୟମର ମାଇନିଂ ପାଇଁ ୟୁରାନିୟମ କର୍ପୋରେସନ ଅଫ୍‌ ଇଣ୍ଡିଆକୁ ଏଲଓଆଇ ଜାରି କରିଛି ।

ଦେଶରେ ଝାଡଖଣ୍ଡ ଏବଂ ଆନ୍ଧ୍ର ପ୍ରଦେଶ ପରେ ରାଜସ୍ଥାନରେ ୟୁରାନିୟମର ବିଶାଳ ଭଣ୍ଡାର ମିଳିଛି । ୟୁରାନିୟମ ଦୁନିଆର ସବୁଠୁ ଦୁର୍ଲଭ ଖଣିଜ ମଧ୍ୟରୁ ଗୋଟିଏ । ପରମାଣୁ ଶକ୍ତି ପାଇଁ ୟୁରାନିୟମ ଅତ୍ୟନ୍ତ ମୂଲ୍ୟବାନ ଖଣିଜ । ୟୁରାନିୟମ ଖନନ ପରେ ରାଜସ୍ଥାନ ବୋଲ୍ଡ ସ୍କ୍ରିନକୁ ଆସିବା ସହ ନିବେଶ, ଆୟ ଏବଂ ରୋଜଗାର ପାଇଁ ବାଟ ମଧ୍ଯ ଫିଟିବ ।