EducationFeaturedLatest

ବନିବାକୁ ଚାହୁଁଥିଲେ କବାଡ଼ିବାଲା; ହେଇଗଲେ ଆଇଏଏସ୍‌

ନୂଆଦିଲ୍ଲୀ (ସଂକେତ ଟିଭି): ମଣିଷର ଚେଷ୍ଟା ମଣିଷକୁ କିଛି ବି ବନାଇପାରେ । ତାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଉତ୍ତରାଖଣ୍ଡର ଆଇଏଏସ୍‌ ଦୀପକ ରାୱତ । ସେ ନିଜେ ତାଙ୍କର ଏକ ସାକ୍ଷାତ୍‌କାରରେ କହିଛନ୍ତି କି ପିଲାଦିନେ ସେ ପାଠ ପଢ଼ାରେ ଟିକେ ଦୁର୍ବଳ ଥିଲେ । ତାପରେ ବି ସେ ବଡ଼ ହୋଇ ଜଣେ ଆଇଏଏସ୍ ଅଧିକାରୀ ବନିପାରିଛନ୍ତି । ପିଲାଦିନେ ତାଙ୍କ ଦ୍ୱାରା ପାଠ ହେଉନଥିବା କାରଣରୁ ସେ ଜଣେ କବାଡ଼ିବାଲା ବନିବାକୁ ଇଚ୍ଛା ରଖିଥିଲେ ବୋଲି ସେ ତାଙ୍କ ସାକ୍ଷାତ୍‌କାରରେ କହିଛନ୍ତି । ଏବେ ଦୀପକ ଜଣେ ଜଣାଶୁଣା ଆଇଏଏସ୍ ଅଧିକାରୀ ।

ସୋସିଆଲ୍ ମିଡିଆରେ ସେ ଖୁବ୍ ଲୋକପ୍ରିୟ । ଦୀପକ ଯେପରି ଭାବେ ଫିଲ୍ଡ ଭିଜିଟ୍ କରିଥାନ୍ତି ସେ ସବୁ ଭିଡିଓ ୟୁଟ୍ୟୁବ୍‌ରେ ବେଶ୍ ଚର୍ଚ୍ଚା ପାଲଟିଥାଏ । ସେ ଏକ ୟୁଟ୍ୟୁବ୍ ଚ୍ୟାନେଲ୍‌କୁ ସାକ୍ଷାତ୍‌କାର ଦେଇ କହିଛନ୍ତି କି ତାଙ୍କୁ କବାଡ଼ିବାଲା ବନିବାକୁ ଆହୁରି ଏକ କାରଣରୁ ବି ଇଚ୍ଛା ହେଉଥିଲା । କବାଡ଼ିବାଲା ବନିଲେ ବିଭିନ୍ନ ପ୍ରକାର ସାମଗ୍ରୀ ତାଙ୍କ ନିକଟକୁ ଆସିବ, ସେ ବିଭିନ୍ନ ଆଡକୁ ଯାଇପାରିବେ । ଏପରି ସବୁ ଚିନ୍ତା କରି ସେ କବାଡ଼ିବାଲା ବନିବାକୁ ଇଚ୍ଛା ରଖିଥିଲେ ।

ଆଇଏଏସ୍ ଦୀପକ ରାଓତଙ୍କ ଜନ୍ମ ୧୯୭୭ ମସିହା ମସୁରୀରେ ହୋଇଥିଲା । ତାଙ୍କ ସ୍କୁଲ୍ ଶିକ୍ଷା ମସୁରୀରେ ପୂରା ହୋଇଥିବା ବେଳେ ଦିଲ୍ଲୀର ହଂସରାଜ କଲେଜରେ ଗ୍ରାଜୁଏସନ୍ କରିଥିଲେ । ସେ ୟୁପିଏସ୍‌ସି ପାଇଁ ଚେଷ୍ଟା କରି ପ୍ରଥମ ୨ ଥର ଅସଫଳ ହେବା ପରେ ତୃତୀୟ ଥରରେ ସଫଳ ହୋଇଥିଲେ ।