ଛୋଟ କାର ତିଆରି ବନ୍ଦ କରିବ ମାରୁତି ସୁଜୁକି !

ଭୁବନେଶ୍ବର (ସଂକେତ ଟିଭି): ମାରୁତି ସୂଜୁକି ଆଗାମୀ ଦିନରେ ଛୋଟ କାର ତିଆରି କରିବା ବନ୍ଦ କରି‌ଦେବ । ନିକଟରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ସ୍ୱଦେଶୀ ସୁରକ୍ଷା ମାନକ ଭାରତ ଏନକ୍ୟାପ୍ ଘୋଷଣା କରିଥିଲେ। ଏଥିରେ ଦୁର୍ଘଟଣାକୁ ରୋକିବା ପାଇଁ କାରରେ ୬ଟି ଏୟାରବ୍ୟାଗକୁ ବାଧ୍ୟତାମୂଳକ କରାଯିବ । ସରକାରଙ୍କ ଏହି ନିଷ୍ପତ୍ତି ମାରୁତିର ଛୋଟ କାର ଉପରେ ପ୍ରଭାବ ପକାଉଛି। ଏଭଳି ପରିସ୍ଥିତିରେ କମ୍ପାନି ଛୋଟ କାର ତିଆରି କରିବା ବନ୍ଦ କରି‌ଦେବ ବୋଲି ମାରୁତି ସୁଜୁକି ପକ୍ଷରୁ କୁହାଯାଇଛି।

କମ୍ପାନିର ଚେୟାରମ୍ୟାନ୍ ଆରସି ଭାର୍ଗବ କହିଛନ୍ତି ଯେ ସରକାରଙ୍କ ନୀତି ଆମର ଛୋଟ କାର ଉପରେ ପ୍ରଭାବ ପକାଉଛି। ଏଭଳି ପରିସ୍ଥିତିରେ କମ୍ପାନି ଅଲଟୋ, ଏସପ୍ରେସୋ, ସ୍ବିପ୍ଟ ଭଳି ଛୋଟ କାର ମା‌ର୍କେଟକୁ ଆଣିବା ବନ୍ଦ କରିବାକୁ ଦ୍ୱିଧା କରିବ ନାହିଁ। କାରଣ ପ୍ରତ୍ୟେକ କାରରେ ୬ଟି ଏୟାରବ୍ୟାଗ ନିୟମ ହେତୁ ମାରୁତିର ଶସ୍ତା କାର ସାଧାରଣ ଲୋକଙ୍କ ବଜେଟ୍ ବାହାରକୁ ଚାଲିଯିବ। ଏଭଳି ପରିସ୍ଥିତିରେ କମ୍ପାନି ଛୋଟ କାରକୁ ବନ୍ଦ କରିବାକୁ ବିଚାର କରିବ।