ରୋହିତଙ୍କ ସ୍ଥାନରେ ବୁମରାହଙ୍କୁ ଅଧିନାୟକ କରାଯାଉ

ନୂଆଦିଲ୍ଲୀ (ସଂକେତ ଟିଭି): ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ପୂର୍ବରୁ ରୋହିତ ଶର୍ମା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଅଧିନାୟକ ଦାୟିତ୍ୱ ନେଇ ପାକିସ୍ତାନର ପୂର୍ବତନ ଖେଳାଳି ଦିନେଶ କାନେରିୟା ଋଷବ ପନ୍ତଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି ।

ଦିନେଶ କାନେରିୟା କହିଛନ୍ତି, ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଯଦି ଭାରତ ରୋହିତଙ୍କ ସ୍ଥାନରେ କାହାକୁ କ୍ୟାପଟେନ କରିବାକୁ ଚାହୁଁଛି, ତେବେ ଏଥିରେ ରିଷବ ପନ୍ତଙ୍କ ନାଁ ନରହିବା ଭଲ । ଋଷଭ ପନ୍ତ ଏବେ ଏତେ ପରିପକ୍ୱ ହୋଇନାହାନ୍ତି ଯେ ତାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯିବ । ଏହା ପୂର୍ବରୁ ମଧ୍ୟ ଦିନେଶ କାନେରିୟା ରିଷବଙ୍କୁ ନେଇ ଅନେକ ବୟାନ ଦେଇଛନ୍ତି ।

ସେ କହିଥିଲେ କି, ରିଷବ ପନ୍ତଙ୍କ ଓଜନ ବଢିଯାଇଛି । ସେ ଠିକରେ ଛିଡା ବି ହୋଇପାରୁନାହାନ୍ତି । ତାଙ୍କୁ ଫିଟନେସ ଉପରେ ଧ୍ୟାନ ଦେବା ଆବଶ୍ୟକ । ସେ ଆହୁରି ମଧ୍ୟ କହିଛନ୍ତି କି, ଯଦି ଏହି ଟେଷ୍ଟ ମ୍ୟାଚରେ ରୋହିତ ନଖେଳନ୍ତି ତେବେ ତାଙ୍କ ସ୍ଥାନରେ ବିରାଟ କୋହଲି ହିଁ ଭଲ ବିକଳ୍ପ ହୋଇପାରିବେ । ସେ ଏହି ସିରିଜର ଅନ୍ୟ ମ୍ୟାଚ ଗୁଡିକରେ ମଧ୍ୟ ଅଧିନାୟକ ରହି ସାରିଛନ୍ତି । ଏହାସହ ଅଶ୍ୱିନୀଙ୍କୁ ମଧ୍ୟ ସେ ବିକଳ୍ପ ବୋଲି କହିଛନ୍ତି । ହେଲେ୍‌ ବୁମରାହଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇ ତାଙ୍କ ଉପରେ
ଅଧିକ ପ୍ରେସର ନ ଦିଆଯାଉ ବୋଲି ସେ କହିଛନ୍ତି ।