ଉଡ଼ିବ ହୋଟେଲ, ରହିବ ୫ହଜାର ଅତିଥି ରହିବାର ସୁବିଧା

ନୂଆଦିଲ୍ଲୀ (ସଂକେତ ଟିଭି): ଯେଉଁଭଳି ଭାବେ ବିଜ୍ଞାନ ଅଗ୍ରଗତି କରୁଛି, ସେହିପରି ମନୁଷ୍ୟ ମଧ୍ୟ ଏପରି ଜିନିଷ ଉଦ୍ଭାବନ କରିପାରୁଛି, ଯାହା ଦିନେ ଭବିଷ୍ୟତର ଚେହେରା ବଦଳାଇବାରେ ସଫଳ ହେବ । ଉଡ଼ାଜାହାଜର ଆବିଷ୍କାର କରି ମନୁଷ୍ୟ ଯେପରି ନିଜ ଇଚ୍ଛାକୁ ପୂରଣ କରିପାରିଛି, ସେହିପରି ଉଡ଼ାଣ ଦିଗରେ ଆଉ ଏକ ପାଦ ବଢ଼ାଇଛି । ଖୁବଶୀଘ୍ର ଏପରି ଏକ ହୋଟେଲ ଆମ ସାମ୍ନାକୁ ଆସିବ, ଯାହା ଆକାଶରେ ଉଡ଼ିବ । ଏହି ଉଡ଼ୁଥିବା ହୋଟେଲ ଏକ ପ୍ରକାର ପ୍ଲେନ ହେବ, କିନ୍ତୁ ଏହା କେବେ ବି ଭୂମିରେ ଅବତରଣ କରିବ ନାହିଁ ।

ଏକ ରିପୋର୍ଟ ଅନୁସାରେ ହାସେନ ଅଲ ଘାଲି ନାମକ ୟୁଟ୍ୟୁବ ଚ୍ୟାନେଲ୍‌ରେ ଉଡ଼ୁଥିବା ହୋଟେଲର ଏକ କନସେପଫ ଭିଡିଓ ଜାରି କରି ସମସ୍ତଙ୍କୁ ଚକିତ କରିଛି । କନସେପଫ ଭିଡିଓ କେବଳ ଏକ ଧାରଣା ହୋଇଥାଏ, ଯେଉଁଥିରେ ଗ୍ରାଫିକ୍ସର ବ୍ୟବହାର କରାଯାଇ କୌଣସି ଜିନିଷକୁ ଉପସ୍ଥାପିତ କରାଯାଏ ।

ଭିଡିଓ ଅନୁସାରେ ଏହି ହୋଟେଲ ପ୍ରକୃତରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ଚାଲିଥିବା ସ୍କାୟ କ୍ରୁଜ୍‌ ହେବ, ଯେଉଁଥିରେ ୨୦ଟି ଇଞ୍ଜିନ ହେବ ଏବଂ ସେ ସବୁ ନ୍ୟୁକ୍ଲିୟର ଫ୍ୟୁଜନ ସାହାଯ୍ୟରେ ଚାଲିବ । ଏହି ପ୍ଲେନ ଏପରି ଭାବେ ଡିଜାଇନ କରାଯିବ ଯେ ଏହା କଦାପି ଅବତରଣ କରିବ ନାହିଁ । ଅର୍ଥାତ୍‌ ସବୁଦିନ ଏହି ପ୍ଲେନ ଆକାଶରେ ଉଡ଼ୁଥିବ । ଏଥିରେ ୫ ହଜାର ଯାତ୍ରୀ ତଥା ଅତିଥିଙ୍କ ରହିବାର ସୁବିଧା କରାଯିବ । ଏଥିସହ ସପିଂ ମଲ୍‌, ଜିମ୍‌, ସ୍ୱିମିଂ ପୁଲ୍‌, ଥିଏଟର ଆଦିର ସୁବିଧା ରହିବ । ଯଦିଓ ଏହି
ପ୍ରୋଜେକ୍ଟ ବହୁତ ବଡ଼ ଏବଂ ନିଆରା, କିନ୍ତୁ କିଛି ଲୋକ ଏବେଠାରୁ ଏହାକୁ ନେଇ ଆଲୋଚନା କରୁଛନ୍ତି ।