ବ୍ଳକ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ବର (ସଂକେତ ଟିଭି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଡମପଡା ବ୍ଳକ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଶ୍ରୀ ରାଉତଙ୍କ ଡମପଡା ଅଫିସ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ ଚାଲିଛି। ଚଢାଉରେ ୪ ଜଣ ଡିଏସ୍‌ପି, ୧୦ ଜଣ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି ।

ସୂଚନା ଅନୁଯାୟୀ, ସହକାରୀ ଯନ୍ତ୍ରୀଙ୍କ ଗୋଟିଏ ବିଲ୍ଡିଂର ଦାମ୍ ୧ କୋଟି ୨୫ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି । ବାରଙ୍ଗ କୁହ୍ଲେଇପଦାସ୍ଥିତ ତିନି ମହଲା ଘରର ମଲ୍ୟ ୧ କୋଟି ୨୫ ଲକ୍ଷ ଟଙ୍କା ଆକଳନ କରାଯାଇଛି । ଏହାଛଡା ଭୁବନେଶ୍ବରର ପ୍ରମୁଖ ସ୍ଥାନରେ ୩ ଟି ପ୍ଲଟ, କଟକରେ ଗୋଟିଏ ଏବଂ ରାଜକନିକାରେ ଗୋଟିଏ ପ୍ଲଟ ଠାବ ହୋଇଛି । ଏହି ସବୁ ସଂପତ୍ତିର ଦାମ୍ କେତେ ତାହା ଭିଜିଲାନ୍ସ ସ୍ପଷ୍ଟ କରିନି।

ଏହଛାଡା ୪୫ ଲକ୍ଷ ଟଙ୍କାର ବ୍ୟାଙ୍କ ଏବଂ ଇନ୍ସ୍ୟୁରାସନ ଡିପୋଜିଟ୍ ମିଳିଛି । ୩୦୦ ଗ୍ରାମର ସୁନା ଏବଂ ୩୭୮ ଗ୍ରାମର ରୂପା ଅଳଙ୍କାର ଜବତ ହୋଇଛି । ଏହାସହ ୧୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗୋଟିଏ କାର୍, ୨ଟି ଦୁଇ ଚକିଆ ଗାଡି ଜବତ କରିଛି ଭିଜିଲାନ୍ସ। ଡମପଡା ସ୍ଥିତ ଅଫିସ, ବାରଙ୍ଗ କୁହ୍ଲେଇପଦାସ୍ଥିତ ତିନି ମହଲା ଘର, କେନ୍ଦ୍ରାପଡ଼ା ରାଜକନିକା ତନେଇପଦାସ୍ଥିତ ସମ୍ପର୍କୀୟଙ୍କ ଘର, ଚୌଦ୍ବାର ହାଉସିଂବୋର୍ଡ ସ୍ଥିତ ଭାଇଙ୍କ ଘରେ ରେଡ୍ କରାଯାଉଛି ।