ଓଟିଟିରେ ରିଲିଜ୍ ହେବ “ସମ୍ରାଟ ପୃଥିରାଜ’

ମୁମ୍ବାଇ (ସଂକେତ ଟିଭି) : ଅକ୍ଷୟ କୁମାରଙ୍କ ଫିଲ୍ମ “ସମ୍ରାଟ ପୃଥିରାଜ’ ଏବେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବା ପାଇଁ ପ୍ରସ୍ତୁତ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ମନୁଷୀ ଚିଲ୍ଲାର, ଅକ୍ଷୟ କୁମାରଙ୍କ ସହ ସୋନୁ ସୁଦ ଏବଂ ସଞ୍ଜୟ ଦତ୍ତ ମଧ୍ୟ ଅଭିନୟ କରିଛନ୍ତି । “ସମ୍ରାଟ ପୃଥିରାଜ’ ୩ ଜୁନ୍ ରେ ରିଲିଜ୍ ହୋଇଥିଲା । ଏହା ୟଶ ରାଜ ବ୍ୟାନର ଦ୍ୱାରା ପ୍ରସ୍ତୁତ ହୋଇଥିବା ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ।

କହିବାକୁ ଗଲେ ଏହା ବକ୍ସ ଅଫିସରେ ସେତେ ହିଟ୍‌ ହୋଇପାରି ନାହିଁ । ଓଟିଟିରେ ଏହା କିପରି ଦର୍ଶକଙ୍କ ପ୍ରତିକ୍ରିୟା ପାଇବ ତାହା ଦେଖିବାକୁ ବାକି ରହିଲା । ଏହି ଚଳଚ୍ଚିତ୍ରର କାହାଣୀ ହିନ୍ଦୁ ସମ୍ରାଟ ପୃଥିରାଜ୍ ଚୌହାନଙ୍କ ଜୀବନୀ ଉପରେ ଆଧାରିତ । ଏହା ଆମାଜନ ପ୍ରାଇମ ଭିଡିଓରେ ଜୁଲାଇ ୧ ତାରିଖରେ ରିଲିଜ୍ ହେବ । ଏହା ହଲରେ ରିଲିଜ୍ ହେବା ମାସେ ବି ହୋଇନାହିଁ । ଏହାକୁ ଓଟିଟିରେ ଅଣାଯାଉଛି । ଓଟିଟି ରିଲିଜ ହେବା ନେଇ ଅକ୍ଷୟ କୁମାର ଦ୍ୱାରା କୁହାଯାଇଛି, “ମୁଁ ମୋର ୩ ଦଶନ୍ଧିର କ୍ୟାରିଅରରେ ଏପରି ଐତିହାସିକ ଭୂମିକା କେବେ କରିନାହିଁ । ପରଦାରେ ସମ୍ରାଟ ପୃଥିରାଜ ଚୌହାନଙ୍କୁ ଭୂମିକାରେ ଅଭିନୟ କରିବା ଏକ ଗୌରବର ବିଷୟ । ୧ ଜୁଲାଇରେ ଆମାଜନ ପ୍ରାଇମ ଫିଲ୍ମ ଷ୍ଟ୍ରିମିଂ ପାଇଁ ମୁଁ ବହୁତ ଉତ୍ସାହିତ । ମୁଁ ଖୁସି ଯେ ଏହି ମାଧ୍ୟମରେ ସମ୍ରାଟ ପୃଥିରାଜଙ୍କ କାହାଣୀ ସମଗ୍ର ବିଶ୍ୱରେ ପହଞ୍ଚିବ ।

ରିପୋର୍ଟ ଅନୁଯାୟୀ, ଫିଲ୍ମର ବଜେଟ୍‌ ହେଉଛି ୨୦୦ କୋଟି । ଏହା ବକ୍ସ ଅଫିସରେ ୧୦୦ କୋଟି ବି ଅତିକ୍ରମ କରିପାରିଲା ନାହିଁ । ମିଡିଆ ଅନୁଯାୟୀ, ଏହା ୩୬-୩୭ କୋଟି ବ୍ୟବସାୟ କରିଥିଲା । ଏଭଳି ଅନ୍ୟାନ୍ୟ କାରବାର ହୋଇ ଚଳଚ୍ଚିତ୍ରଟି ୧୫୦ କୋଟି ଟଙ୍କା ହୋଇଛି । କିନ୍ତୁ ୟଶ ରାଜ ବ୍ୟାନର ଏହି ଫିଲ୍ମରୁ ୫୦ କୋଟି କ୍ଷତି ସହିଛି ।