ପୁଣି ବ୍ୟାଟ୍ ଧରିଲେ ମୁରଲୀ ବିଜୟ

ନୂଆଦିଲ୍ଲୀ (ସଂକେତ ଟିଭି) : ଟିମ୍ ଇଣ୍ଡିଆର ବିସ୍ଫୋରକ ବ୍ୟାଟସମ୍ୟାନ୍ ଦିନେଶ କାର୍ତ୍ତିକ ୩ ବର୍ଷ ପରେ ଦଳକୁ ଫେରିଛନ୍ତି । ଏବେ ଏଭଳି ସ୍ଥିତିରେ ଆଉ ଜଣେ ଭାରତୀୟ ଖେଳାଳି ୨ ବର୍ଷ ପରେ ଟିମକୁ ଏଣ୍ଟ୍ରି କରିଛନ୍ତି । ଏହି ଖେଳାଳି ଜଣକ ଗୋଟିଏ ସମୟରେ ଦଳର ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ । ନିକଟରେ ବିସ୍ଫୋରକ ଇନିଂସ ଖେଳି ଟିମ୍ ଇଣ୍ଡିଆକୁ ଫେରିବାର ବାଟ ଫିଟାଇ ଦେଇଥିଲେ ।

ଟିମ୍ ଇଣ୍ଡିଆରୁ ୨ ବର୍ଷ ହେବ ବାହାରେ ଥିବା ଟେଷ୍ଟ ବ୍ୟାଟସମ୍ୟାନ୍ ମୂରଲୀ ବିଜୟ ପୁଣିଥରେ କ୍ରିକେଟ ମେଦାନକୁ ଫେରିଛନ୍ତି । ସେ ୨ ବର୍ଷ ପର୍ଯ୍ୟନ୍ତ ପଡିଆଠାରୁ ଦୂରେଇ ରହିଥିଲେ । ତାମିଲନାଡୁ ପ୍ରିମିୟର ଲିଗ୍ ୨୦୨୨ ରେ ସାମିଲ ହୋଇ ପଡିଆକୁ ସେ ଫେରିଥିଲେ ।

ମୂରଲୀ ବିଜୟ ଲିଗର ୬ଟି ମ୍ୟାଚରେ ଆଇଡ୍ରୀମ୍‌ ତିରୁପୁର ତାମିଜାସ ବିରୋଧରେ ୧୬ଟି ବଲ୍ ରେ ୩୪ ରନ୍ ର ଇନିଂସ ଖେଳି ପୁଣିଥରେ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଥିଲେ । ନିଜର ଇନିଂସରେ ବିଜୟ ୨୧୨.୫୦ ଷ୍ଟ୍ରାଇକ୍‌ ରେଟରେ ବ୍ୟାଟିଂ କରି ୬ଟି ଚେକା ଓ ଗୋଟିଏ ଛକା ମଧ୍ୟ ମାରିଥିଲେ । ମୁରଲୀ ବିଜୟ ତାମିଲନାଡୁ ପ୍ରିମିୟର ଲିଗ୍‌ ଖେଳିବା ପୂର୍ବରୁ ୨ ବର୍ଷ ପର୍ଯ୍ୟନ୍ତ ପଡିଆଠାରୁ ଦୂରେଇ ରହିବାର କାରଣ ମଧ୍ୟ କହିଛନ୍ତି ।

ମୁରଲୀ ବିଜୟ ଏକ ଗଣମାଧ୍ୟମକୁ କମବ୍ୟାକ୍ ନେଇ କହିଥିଲେ, ମୁଁ ଖେଳିବାକୁ ଚାହୁଁଥିଲି, କିନ୍ତୁ କିଛି ଆଘାତ କାରଣ ପାଇଁ ଖେଳିପାରି ନଥିଲି । ଏହା ସହିତ ମୋର ବ୍ୟକ୍ତିଗତ ଜୀବନରେ ମଧ୍ୟ କିଛି କାମ ରହିଯାଇଥିଲାୟ ମୁଁ ଖୁସି ଯେ, ତାମିଲନାଡୁ ପ୍ରିମିୟର ଲିଗ୍ ରେ ମୋ ସ୍ଥିତି ବୁଝିପାରିଥିଲି ଓ ଫେରିବା ପାଇଁ ଏକ ଭଲ ପ୍ଲାଟଫର୍ମ ଦେଲା ।